ଜିଓର ୬ ବର୍ଷ ପୂର୍ତି; ଡାଟା ବ୍ୟବହାରରେ ୧୦୦ ଗୁଣ ବୃଦ୍ଧି

– ବ୍ରଡ୍‌ବ୍ୟାଣ୍ଡ ଗ୍ରାହକ ୪ ଗୁଣ ଏବଂ ଇଟଂରନେଟ୍ ସ୍ପିଡ୍ ୫ ଗୁଣରୁ ଅଧିକ ବୃଦ୍ଧି

– ଡାଟା ମୂଲ୍ୟ ୯୫% ହ୍ରାସ

ଭୁବନେଶ୍ୱର: ଦୂରସଂଚାର କ୍ଷେତ୍ରରେ ସର୍ବାଗ୍ରେ ରହିଥିବା ରିଲାଏନ୍ସ ଜିଓ ୨୦୨୨ ସେପ୍ଟେମ୍ବର ୫ ତାରିଖରେ ଏହାର ବ୍ୟାବସାୟିକ ଶୁଭାରମ୍ଭର ଷଷ୍ଠ ବର୍ଷ ପୂର୍ତି ପାଳନ କରୁଛି । ଏହି ୬ବର୍ଷ ମଧ୍ୟରେ ଦୂରସଂଚାର ଶିଳ୍ପ ପ୍ରତିବ୍ୟକ୍ତି ହାରାହାରି ପ୍ରତି ମାସରେ ଡାଟା ବ୍ୟବହାର କ୍ଷେତ୍ରରେ ୧୦୦ ଗୁଣରୁ ଅଧିକ ବୃଦ୍ଧି ହାସଲ କରିଛି । ଟ୍ରାଇ ତଥ୍ୟ ଅନୁଯାୟୀ ଜିଓ ସେବା ଆରମ୍ଭ ପୂର୍ବରୁ ପ୍ରତ୍ୟେକ ଭାରତୀୟ ଗ୍ରାହକ ଗୋଟିଏ ମାସରେ ହାରାହାରି ମାତ୍ର ୧୫୪ ଏମ୍‌ବି ଡାଟା ବ୍ୟବହାର କରୁଥିଲେ । ସମ୍ପ୍ରତି ଡାଟା ବ୍ୟବହାର ପରିମାଣ ୧୦୦ ଗୁଣ ବୃଦ୍ଧିପାଇ ପ୍ରତି ମାସରେ ପ୍ରତ୍ୟେକ ଗ୍ରାହକଙ୍କ ପିଛା ହାରାହାରି ୧୫.୮ ଜିବି ସ୍ତରରେ ପହଚିଂଛି । ସେହି ସମୟରେ ଜିଓ ବ୍ୟବହାରକାରୀ ପ୍ରତି ମାସରେ ହାରାହାରି ପ୍ରାୟ ୨୦ ଜିବି ଡାଟା ବ୍ୟବହାର କରୁଛନ୍ତି, ଯାହା ଅନ୍ୟମାନଙ୍କ ଠାରୁ ଯଥେଷ୍ଟ ଅଧିକ ରହିଛି ।

 

ନିକଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି ଦିପାବଳୀ ସୁଦ୍ଧା ୫ଜି ସେବା ପ୍ରଚଳନ ସମ୍ପର୍କରେ ଘୋଷଣା କରିସାରିଛନ୍ତି । ୫ଜି ପ୍ରଚଳନ ପରେ ଡାଟା ବ୍ୟବହାରରେ ଆଶାତୀତ ବୃଦ୍ଧି ଘଟିବା ସମ୍ଭାବନା ରହିଛି । ସମ୍ପ୍ରତି ପ୍ରକାଶିତ ଏରିକ୍ସନ ମୋବିଲିଟି ରିପୋର୍ଟରେ ଅନୁମାନ କରାଯାଇଛି ଯେ ୫ଜି ପ୍ରଚଳନ ପରେ ଡାଟା ବ୍ୟବହାର ଆଗାମୀ ତିନିବର୍ଷ ମଧ୍ୟରେ ୨ଗୁଣରୁ ଅଧିକ ବୃଦ୍ଧିପାଇବ । ଟେଲିକମ୍ ଶିଳ୍ପ ସମ୍ପର୍କରେ ଅବଗତ ବ୍ୟକ୍ତିବିଶେଷଙ୍କ କହିବା କଥା ଯେ ୫ଜି ପ୍ରଯୁକ୍ତିର ଉଚ୍ଚତମ ପ୍ରଦର୍ଶନ ଏବଂ ହାଇ ସ୍ପିଡ କାରଣରୁ ଅଧିକ ସଂଖ୍ୟାରେ ବ୍ୟବହାରକାରୀଙ୍କୁ ଏହା ଆକୃଷ୍ଟ କରିବ । ଏଥିସହିତ ଭିଡିଓ ଚାହିଦାରେ ମଧ୍ୟ କ୍ଷିପ୍ର ବୃଦ୍ଧି ସମ୍ଭବ ହେବ । ଯଦ୍ୱାରା ଡାଟା ଚାହିଦାରେ ଆହୁରି ବୃଦ୍ଧି ଘଟିବ ।

୪ଜି ପ୍ରଯୁକ୍ତି ଏବଂ ସ୍ପିଡ୍‌ରେ ରିଲାଏନ୍ସ ଜିଓର ରେକର୍ଡ ବେଶ ଦମ୍‌ଦାର ରହିଛି । ଏବେ ୫ଜିକୁ ନେଇ ମଧ୍ୟ କମ୍ପାନୀର ବୃହତ ଯୋଜନା ଆସିବାକୁ ଯାଉଛି । କନେକ୍ଟେଡ ଡ୍ରୋନ, କନେକ୍ଟେଡ ଆମ୍ବୁଲାନ୍ସ- ହସ୍ପିଟାଲ୍‌, କନେକ୍ଟେଡ କ୍ଷେତ- ଗୋଦାମ, କନେକ୍ଟେଡ ସ୍କୁଲ-କଲେଜ, ଇକମର୍ସ ଇଜ୍‌, ଅବିଶ୍ୱସନୀୟ ସ୍ପିଡ ସହିତ- ମନୋରଞ୍ଜନ, ରୋବୋଟିକ୍ସ, କ୍ଲାଉଡ ପିସି, ଇମର୍ସିଭ ଟେକ୍‌ନୋଲୋଜି ସହିତ ଭର୍ଚୁଆଲ ଥିଙ୍ଗସ୍ ଆଦି ପ୍ରଯୁକ୍ତିକୌଶଳରେ କମ୍ପାନୀ ବେଶ୍ ସଫଳତା ହାସଲ କରୁଛି ।

 

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନି ୬ ବର୍ଷ ପୂର୍ବରୁ ଯେତେବେଳ ଜିଓର ଶୁଭାରମ୍ଭ କରିଥିଲେ, ସେତେବେଳେ କାହା ମନ ଭିତରେ ନଥିଲା ଯେ ପ୍ରଚଳନର ମାତ୍ର କିଛିବର୍ଷ ମଧ୍ୟରେ ଜିଓ କେବଳ ଦେଶର ନୁହେଁ, ଦୁନିଆର ସବୁଠାରୁ ବଡ ଦୂରସଂଚାର କମ୍ପାନୀରେ ପରିଗଣିତ ହେବ । ସମ୍ପ୍ରତି ଜିଓ ଭାରତରେ ୪୧ କୋଟି ୩୦ ଲକ୍ଷ ମୋବାଇଲ ଏବଂ ପ୍ରାୟ ୭୦ ଲକ୍ଷ ଜିଓଫାଇବର ଗ୍ରାହକ ସହିତ ୩୬% ବଜାର ଅଂଶ ହାସଲ କରିଛି । ରାଜସ୍ୱ ଦୃଷ୍ଟିରୁ ଏହାର ବଜାର ଅଂଶ ୪୦.୩% ରହିଛି । ଜିଓର ସ୍ୱଦେଶୀ ୫ଜି ପ୍ରଯୁକ୍ତି ବଳରେ ଆଗାମୀ ଦିନଗୁଡିକରେ କିଭଳି ପରିବର୍ତନ ଆସିବ ଅଥବା ଅଣାଯାଇପାରିବ, ତାହା କମ୍ପାନୀର ବିଗତ ୬ବର୍ଷର ସଫଳତାରେ ପ୍ରତିପାଦିତ ହୋଇସାରିଛି ।

 

ଓଡ଼ିଶାରେ ଜିଓ ଡିଜିଟାଲ କ୍ରାନ୍ତିର ୬ ବର୍ଷ

ଦେଶର ଅନ୍ୟ ସ୍ଥାନ ଭଳି ଓଡ଼ିଶାରେ ମଧ୍ୟ ୨୦୧୬ ସେପ୍ଟେମ୍ବର ୫ର ଜିଓ ବ୍ୟବସାୟିକ ସେବା ଆରମ୍ଭ କରିଥିଲା । ବିଗତ ଛଅ ବର୍ଷ ମଧ୍ୟରେ ଜିଓ ଅନ୍ୟ ସମସ୍ତ ଟେଲିକମ୍ ଅପରେଟରମାନଙ୍କୁ ପଛରେ ପକାଇ ଉଭୟ ଗ୍ରାହକ ସଂଖ୍ୟା ଓ ରାଜସ୍ୱ କ୍ଷେତ୍ରରେ ଓଡ଼ିଶାରେ ଏକ ନମ୍ବର ସ୍ଥାନ ହାସଲ କରିଛି ।

 

ଟ୍ରାଇ ପକ୍ଷରୁ ପ୍ରକାଶିତ ଟେଲିକମ ଗ୍ରାହକ ତଥ୍ୟ ଅନୁଯାୟୀ ରାଜ୍ୟରେ ମୋଟ ୩.୨୮ କୋଟି ମୋବାଇଲ ଉପଭୋକ୍ତାଙ୍କ ମଧ୍ୟରୁ ପ୍ରାୟ ୧.୩୬ କୋଟି ମୋବାଇଲ ଗ୍ରାହକ ହାସଲ ସହ ଜିଓ ଏକ ନମ୍ବର ସ୍ଥାନରେ ରହିଛି । ଟ୍ରାଇ ତଥ୍ୟ ଅନୁଯାୟୀ, ରାଜ୍ୟରେ ଥିବା ମୋଟ ୨.୯୬ କୋଟି ସକ୍ରିୟ ମୋବାଇଲ ଉପଭୋକ୍ତାଙ୍କ ମଧ୍ୟରୁ ସର୍ବାଧିକ ୪୫.୨ ପ୍ରତିଶତ ଜିଓ ସହିତ ରହିଛନ୍ତି । ସେହିଭଳି ଟ୍ରାଇ ପ୍ରକାଶିତ ସଦ୍ୟତମ ଆର୍ଥିକ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱର ୫୨ ପ୍ରତିଶତରୁ ଊର୍ଦ୍ଧ୍ୱ ଭାଗ ହାସଲ କରିଛି ଜିଓ ।

 

ଜିଓ ସହିତ ଆସିଥିବା ଡାଟା କ୍ରାନ୍ତି ବଳରେ ଓଡ଼ିଶାରେ ମୋବାଇଲ ଡାଟା ବ୍ୟବହାରରେ ମଧ୍ୟ ଏହି ଛଅବର୍ଷ ମଧ୍ୟରେ ବ୍ୟାପକ ବୃଦ୍ଧି ଘଟିଛି । ଟ୍ରାଇ ତଥ୍ୟ ଅନୁସାରେ ଓଡ଼ିଶାରେ ୨୦୧୬ ସେପ୍ଟେମ୍ବରରେ ମୋବାଇଲ ବ୍ରଡ୍‌ବ୍ୟାଣ୍ଡ୍ ବ୍ୟବହାରକାରୀଙ୍କ ସଂଖ୍ୟା ୪୧.୪ ଲକ୍ଷ ରହିଥିବାବେଳେ ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ଏହା ୨କୋଟିରୁ ଊର୍ଦ୍ଧ୍ୱରେ ପହଚିଂଛି । ବିଶେଷ କରି ଗ୍ରାମାଂଚଳ ଓ ଦୁର୍ଗମ ଅଂଚଳରେ ଏହାର ପ୍ରଭାବ ପ୍ରଭାବ ଅଭୂତପୂର୍ବ ରହିଛି । ଓଡ଼ିଶାର ଗ୍ରାମାଚଂଳରେ ବ୍ରଡବ୍ୟାଣ୍ଡ୍ ଇଟଂରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ସେପ୍ଟେମ୍ବର ୨୦୧୬ରେ ରହିଥିବା ୮.୭ ଲକ୍ଷରୁ ପ୍ରାୟ ୧୫ ଗୁଣ ବୃଦ୍ଧିପାଇ ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ୧.୩୧ କୋଟିରେ ପହଚିଂଥିବା ଟ୍ରାଇ ତଥ୍ୟରୁ ଜଣାଯାଇଛି । ରାଜ୍ୟର ଗ୍ରାମାଚଂଳରେ ଆସିଥିବା ଏହି ଡିଜିଟାଲ କ୍ରାନ୍ତିରେ ଜିଓର ସର୍ବବୃହତ ୪ଜି ନେଟୱର୍କ ଓ ଦୁର୍ଗମ ଅଚଂଳଗୁଡ଼ିକୁ ୪ଜି ନେଟ୍‌ୱର୍କରେ ଯୋଡିବାକୁ ନିରନ୍ତର ପ୍ରୟାସ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ କରୋନା ମହାମାରୀ ସମୟରେ ଅନ୍‌ଲାଇନ ପାଠପଢାରେ ଗ୍ରାମାଂଚଳର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ବେଶ୍ ସହାୟକ ସାବ୍ୟସ୍ତ ହୋଇଛି । କୋରାପୁଟର ଦୁର୍ଗମ ନାରାୟଣପାଟଣା ଓ ଆଲମୋଣ୍ଡାଠାରୁ ଆରମ୍ଭ କରି ମାଲକାନଗିରିର କୁଟୁଣିପଲ୍ଲୀ, ଗଜପତିର କରଚବାଡି ଓ ଗୁମ୍ମା, କନ୍ଧମାଳର ଚାଚେଂଡି, ସିମିଳିପାଳର ଲାଞ୍ଜିଘୋଷରା, ଝାରସୁଗୁଡାର ଖୁଂଟାମାଳ ଓ କେନ୍ଦୁଝରର କାଳିଆହତା ଭଳି ଶତାଧିକ ଦୁର୍ଗମ ଓ ଅପହଂଚ ଅଂଚଳକୁ ୪ଜି ମୋବାଇଲ ସେବା ଓ ଡିଜିଟାଲ ଇଣ୍ଡିଆ ସହିତ ଯୋଡିଛି ଜିଓ ।

 

ସେହିଭଳି ସର୍ବାଧିକ ଲୋକପ୍ରିୟ ଜିଓ ଫାଇବର ହାଇ-ସ୍ପିଡ ବ୍ରଡ୍‌ବ୍ୟାଣ୍ଡ୍ ସେବାର ଦ୍ରୁତ ସମ୍ପ୍ରସାରଣ ଜରିଆରେ ରାଜ୍ୟର ୩୫ରୁ ଅଧିକ ପ୍ରମୁଖ ସହରରେ ଉପସ୍ଥିତି ଜାହିର କରିବା ସହିତ ଘରେ ରହି କାମ (ୱାର୍କ-ଫ୍ରମ୍‌-ହୋମ୍‌) କରୁଥିବା ପ୍ରଫେସନାଲ ଓ ଡିଜିଟାଲ ଦୁନିଆ ସହିତ ଯୋଡି ହୋଇଥିବା ବ୍ୟବସାୟ ତଥା ଶିକ୍ଷାନୁଷ୍ଠାନମାନଙ୍କ ପାଇଁ ଜିଓଫାଇବର ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି । ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଓଡ଼ିଶାରେ ଜିଓ ଫାଇବର ହାଇ ସ୍ପିଡ ବ୍ରଡବ୍ୟାଣ୍ଡ୍ ଗ୍ରାହକଙ୍କ ସଂଖ୍ୟା ପ୍ରାୟ ୧.୫ ଲକ୍ଷରେ ପହଂଚିଛି ।

 

ଜିଓର ଉଲ୍ଲେଖନୀୟ ୬ ବର୍ଷ: ୬ ପ୍ରମୁଖ ଲାଭ

ଫ୍ରି କଲିଂ: ମୋବାଇଲ ରଖିବା ଖର୍ଚ୍ଚ ହ୍ରାସ

ଭଏସ୍ କଲ୍ ପାଇଁ ଅଧିକ ବିଲ୍ ଭରଣା କରୁଥିବା ଏହି ଦେଶରେ ଜିଓ ଆଉଟଗୋଇଂ ଭଏସ୍ କଲ୍‌କୁ ମାଗଣା କରିବା ସହିତ ସମସ୍ତ ନେଟୱର୍କରେ ଏହାକୁ ମାଗଣା କରିଛି, ଯାହା ଗ୍ରାହକଙ୍କ ପାଇଁ ଏ ପ୍ରକାରର ପ୍ରଥମ ଅନୁଭୂତି ଥିଲା । ମୋବାଇଲ ରଖିବା ପୂର୍ବାପେକ୍ଷା ଅନେକ ସହଜ ହେବା ସହ ମୋବାଇଲ ବିଲ୍‌ରେ ମଧ୍ୟ ଯଥେଷ୍ଟ ହ୍ରାସ ଘଟିଛି । ଜିଓର ଆଉଟ୍‌ଗୋଇଂ ମାଗଣା କରିଦିଆଯିବା ଦ୍ୱାରା ଅନ୍ୟ ଅପରେଟରଙ୍କ ଉପରେ ବ୍ୟାପକ ଚାପ ପଡିଥିଲା ଏବଂ ସେମାନେ ମଧ୍ୟ ନିଜର ରଣନୀତିରେ ପରିବର୍ତନକରି ଦାମ୍ ହ୍ରାସ କରିଥିଲେ ।

ଦୁନିଆରେ ସବୁଠାରୁ ଶସ୍ତ ଡାଟା:

ଭାରତରେ ଡାଟା ବ୍ୟବହାର କେବଳ ସର୍ବାଧିକ ନୁହେଁ, ତାହା ସହିତ ଡାଟା ମୂଲ୍ୟ ମଧ୍ୟ ବିଗତ ୬ବର୍ଷ ମଧ୍ୟରେ ଶୀର୍ଷ ସ୍ଥାନରୁ ସର୍ବନିମ୍ନ ସ୍ଥାନକୁ ଖସିଆସିଛି । ଜିଓ ପ୍ରଚଳନ ସମୟରେ ଦେଶରେ ଗ୍ରାହକଙ୍କୁ ୧ ଜିବି ଡାଟା ବ୍ୟବହାର କରିବା ପାଇଁ ପ୍ରାୟ ୨୫୦ ଟଙ୍କା ଦେବାକୁ ପଡୁଥିଲା । ଡାଟା ମୂଲ୍ୟ ଉପରେ ଜିଓର ଏକପ୍ରକାର ଯୁଦ୍ଧର ଫଳ ସ୍ୱରୂପ ଆଜି ଅର୍ଥାତ୍ ୨୦୨୨ରେ ୧ଜିବି ଡାଟା ହାରାହାରି ପ୍ରାୟ ୧୩ ଟଙ୍କାରେ ମିଳିଯାଉଛି । ଅର୍ଥାତ୍ ଡାଟା ମୂଲ୍ୟ ୬ବର୍ଷ ମଧ୍ୟରେ ପ୍ରାୟ ୯୫ ପ୍ରତିଶତ ହ୍ରାସପାଇଛି । ଏହି ତଥ୍ୟ ଏଥିପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଦୁନିଆର ବୃହତ ଅର୍ଥନୀତିଗୁଡିକ ମଧ୍ୟରେ ଭାରତରେ ଡାଟା ମୂଲ୍ୟ ସବୁଠାରୁ କମ୍ ରହିଛି ।

ଡିଜିଟାଲ ଇକୋନୋମିର ମେରୁଦଣ୍ଡ-ଇ କମର୍ସର ପ୍ରାଣ

ରିଲାଏନ୍ସ ଜିଓ ଭାରତୀୟ ଡିଜିଟାଲ ଇକୋନୋମିର ମେରୁଦଣ୍ଡ ପାଲଟିଛି । ସରକାରୀ ପ୍ରଚେଷ୍ଟାରେ ସୃଷ୍ଟି ସଚେତନତା ଏବଂ ଜିଓର ଶସ୍ତା ଡାଟା ଡିଜିଟାଲ ଇକୋନୋମିରେ ନୂଆ ଜୀବନ ସଂଚାର କରିଛି । ଜିଓ ପ୍ରଚଳନ ସମୟରେ ଅର୍ଥାତ, ୨୦୧୬ ସେପ୍ଟେମ୍ବରରେ ୟୁପିଆଇ ମାର୍କେଟରେ କେବଳ ୩୨.୬୪ କୋଟିର କାରବାର ହେଉଥିଲା । ୨୦୨୨ ଅଗଷ୍ଟ ପ୍ରାରମ୍ଭରେ ଏଥିରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି ଏବଂ ସମ୍ପ୍ରତି ୟୁପିଆଇରେ ୧୦.୭୨ ଲକ୍ଷ କୋଟି ଟଙ୍କାର କାରବାର ହେଉଛି । ଏହାର କାରଣ ଅତ୍ୟନ୍ତ ସୁସ୍ପଷ୍ଟ, ବିଗତ ୬ବର୍ଷରେ କେବଳ ବ୍ରଡ୍‌ବ୍ୟାଣ୍ଡ୍ ଉପଭୋକ୍ତ ସଂଖ୍ୟା ୧୯.୨୩ କୋଟି (୨୦୧୬ ସେପ୍ଟେମ୍ବର)ରୁ ବୃଦ୍ଧି ପାଇ ୮୦ କୋଟି (୨୦୨୨ ଜୁନ୍‌)ରେ ପହଚିଂଛି ଏବଂ ସେହି ସମୟରେ ହାରାହାରି ଇଟଂରନେଟ୍ ସ୍ପିଡ ମଧ୍ୟ ୫ଗୁଣ ବୃଦ୍ଧିପାଇ ୫.୬ ଏମ୍‌ବିପିଏସ୍ (୨୦୧୬ ମାର୍ଚ୍ଚ)ରୁ ୨୩.୧୬ ଏମ୍‌ବିପିଏସ୍ (୨୦୨୨ ଏପ୍ରିଲ)ରେ ପହଂଚିିଛି ।

ୟୁନିକର୍ଣ୍ଣ କମ୍ପାନୀ ସମୂହ ସଂଖ୍ୟାରେ ଆଶାତୀତ ବୃଦ୍ଧି

ସମ୍ପ୍ରତି ଭାରତରେ ୧୦୫ ୟୁନିକର୍ଣ୍ଣ କମ୍ପାନୀ ରହିଛନ୍ତି, ଯେଉଁମାନଙ୍କର ମୂଲ୍ୟ ୩୩୮ ଅରବ ଡଲାରରୁ ଅଧିକ । ଜିଓ ପ୍ରଚଳନ ସମୟରେ ଭାରତରେ ମାତ୍ର ୪ଟି ୟୁନିକର୍ଣ୍ଣ କମ୍ପାନୀ ରହିଥିଲେ । ୟୁନିକର୍ଣ୍ଣ ସେହି ଷ୍ଟାର୍ଟଅପ୍ କମ୍ପାନୀଙ୍କୁ କୁହାଯାଉଛି ଯାହାର ନେଟ୍‌ୱର୍ଥ ୧ ଅରବ ଡଲାରରୁ ଅଧିକ । ୨୦୨୧ରେ ୪୪ଟି ଷ୍ଟାର୍ଟଅପ୍ ୟୁନିକର୍ଣ୍ଣ କମ୍ପାନୀ ତାଲିକାରେ ସ୍ଥାନ ପାଇଥିଲେ ।

ଜିଓଫୋନ୍ ଭାରତର ପ୍ରଥମ ୪ଜି ଫିଚର ସ୍ମାର୍ଟଫୋନ- କୋଟି କୋଟି ଗ୍ରାହକଙ୍କୁ ଡିଜିଟାଲ ଦୁନିଆ ସହିତ ଯୋଡିଛି

ଦେଶରେ ପ୍ରାୟ ୫୦ କୋଟି ଲୋକ ପୁରୁଣା ଏବଂ ମହଙ୍ଗା (କଲ୍ କରିବାକୁ) ୨ଜି ପ୍ରଯୁକ୍ତିର ବ୍ୟବହାର କେବଳ ଏଥିପାଇଁ କରୁଥିଲେ, କାରଣ ସେମାନଙ୍କ ପାଖରେ ୪ଜି ପ୍ରଯୁକ୍ତିରେ ଚାଲିବା ପାଇଁ ମହଙ୍ଗା ଫୋନ କିଣିବାକୁ ଟଙ୍କା ନଥିଲା ଅଥବା ସେମାନେ ବଟନ୍ ବିଶିଷ୍ଟ ଫୋନ ବ୍ୟବହାର କରିବାକୁ ଚାହୁଁଥିଲେ । ଜିଓ ଯଥେଷ୍ଟ କମ୍ ମୂଲ୍ୟରେ ୪ଜି ଜିଓଫୋନ୍ ପ୍ରଚଳନ କରି ଏହି ଦୁଇଟିଯାକ ସମସ୍ୟାକୁ ଦୂର କରିଥିଲା । ଜିଓଫୋନ ଭାରତୀୟ ବଜାରରେ ଏପର୍ଯ୍ୟନ୍ତ ସବୁଠାରୁ ସଫଳ ମୋବାଇଲ ଫୋନ ସାବ୍ୟସ୍ତ ହୋଇଛି । ଏହାର ୧୧ କୋଟିରୁ ଅଧିକ ୟୁନିଟ ବିକ୍ରି ହୋଇଛି ।

ଜିଓଫାଇବର- ଲକ୍‌ଡାଉନ୍ ସମୟର ସାଥୀ- ୱର୍କ ଫ୍ରମ୍ ହୋମ୍‌- କ୍ଳାସ ଫ୍ରମ ହୋମ୍‌-ଇ ସପିଙ୍ଗ୍‌

ଲକ୍‌ଡାଉନ୍ ସମୟରେ ଦେଶରେ ଜିଓ ଫାଇବର ସେବା ଜନସାଧାରଣଙ୍କ ପାଇଁ ବଡ ସାହାରା ଭାବରେ ଉଭା ହୋଇଥିଲା । ଭାବି ଦେଖନ୍ତୁ, ଲକ୍‌ଡାଉନ୍ ସମୟରେ ଯଦି ଇଟଂରନେଟ୍ ନଥାନ୍ତା ତେବେ ଅବସ୍ଥା କଣ ହୋଇଥାନ୍ତା । ୱର୍କ ଫ୍ରମ୍ ହୋମ, କ୍ଲାସ ଫ୍ରମ୍ ହୋମ ଅଥବା ଇ-ସପିଙ୍ଗ ଆଦି କ୍ଷେତ୍ରରେ ଜିଓଫାଇବର ନିଜର ବିଶ୍ୱସନୀୟ ସେବା ଏବଂ ସ୍ପିଡ ବଳରେ କୌଣସି କାମ ଅଟକିବାକୁ ଦେଇନଥିଲା । ତିନିବର୍ଷରେ ଭାରତରେ ୭୦ ଲକ୍ଷ ପରିସରକୁ ଜିଓଫାଇବର ସହିତ ସଂଯୁକ୍ତ କରାଯାଇସାରିଛି । ୱର୍କ ଫ୍ରମ୍ ହୋମ୍ ସଂସ୍କୃତି କମ୍ପାନୀଗୁଡିକୁ ଏଭଳି ସୁବିଧା ପ୍ରଦାନ କରିଥିଲା ଯେ ଲକଡାଉନ୍ ପରେ ମଧ୍ୟ ଅନେକ କମ୍ପାନୀ ୱର୍କ ଫ୍ରମ୍ ହୋମ୍ ଉପରେ ଗୁରୁତ୍ୱ ଦେଉଛନ୍ତି । ଜୀବନକୁ ସହଜ କରିବା ସହିତ ଜିଓଫାଇବର ଅପ୍ରତ୍ୟକ୍ଷ ଭାବରେ ଅନେକ ରୋଜଗାର ମଧ୍ୟ ସୃଷ୍ଟି କରୁଛି । ବିଗତ କିଛି ବର୍ଷ ମଧ୍ୟରେ ସୃଷ୍ଟି ହୋଇଥିବା ଅନେକ ଇଟଂରନେଟ୍‌, ଇ-କମର୍ସ, ହୋମ୍ ଡେଲିଭରୀ ଏବଂ ଏଟଂରଟେନ୍‌ମେଂଟ୍ କମ୍ପାନୀ ହଜାର-ଲକ୍ଷ ଯୁବକ ଯୁବତୀଙ୍କୁ କର୍ମସଂସ୍ଥାନ ଯୋଗାଇ ଦେଇଛନ୍ତି ।

Comments are closed.