ଜିଓ ଫାଇବର ଉପଭୋକ୍ତାଙ୍କ ପାଇଁ ବିନା ମୂଲ୍ୟରେ ଏକ ବର୍ଷ ଆମାଜନ୍ ପ୍ରାଇମ୍ ମେମ୍ବରସିପ୍‌

ଭୁବନେଶ୍ୱର / ମୁମ୍ବାଇ : ଜିଓ ଫାଇବର୍ ଉପଭୋକ୍ତା ଏବେ ଏକ ବର୍ଷ ପାଇଁ ଆମାଜନ୍ ପ୍ରାଇମ୍ ସଦସ୍ୟତା ମାଗଣାରେ ପାଇପାରିବେ। ଜିଓ ଫାଇବରର ଗୋଲ୍ଡ, ଡାଇମଣ୍ଡ୍‌, ପ୍ଲାଟିନମ୍ ଓ ଟାଇଟାନିଅମ ପ୍ଲାନ୍‌ରେ ଥିବା ଉପଭୋକ୍ତାମାନେ ଏବେ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୯୯୯ ଟଙ୍କା ମୂଲ୍ୟର ଆମାଜନ୍ ପ୍ରାଇମ୍ ବାର୍ଷିକ ମେମ୍ବରସିପ୍ ସମ୍ପୂର୍ଣ୍ଣ ମାଗଣାରେ ଉପଭୋଗ କରିପାରିବେ । ଶୁକ୍ରବାର ସନ୍ଧ୍ୟାରେ ଆମାଜନ୍ ପ୍ରାଇମ୍‌ରେ ପ୍ରିମିଅର୍ ହେଉଥିବା ଅମିତାଭ ବଚ୍ଚନ୍ ଓ ଆୟୁଷ୍ମାନ୍ ଖୁରାନାଙ୍କ ଅଭିନିତ ‘ଗୁଲାବୋ ସିତାବୋ’ ମଧ୍ୟ ଜିଓ ଫାଇବର ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ହୋଇଛି ।
ଜିଓ ଫାଇବରର ଉଭୟ ବର୍ତ୍ତମାନ ଓ ନୂଆ ଉପଭୋକ୍ତା ଯେଉଁମାନେ ଗୋଲ୍ଡ କିମ୍ବା ତଦୁର୍ଦ୍ଧ ପ୍ଲାନ୍ ରିଚାର୍ଜ କରିବେ ସେମାନେ ଏହି ସ୍ୱତନ୍ତ୍ର ଅଫରର ଲାଭ ଉଠାଇପାରିବେ ବୋଲି କମ୍ପାନୀର ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି । ତେବେ ବତ୍ତମାନ ସିଲ୍‌ଭର୍ ଓ ବ୍ରୋଞ୍ଜ ପ୍ଲାନ୍ ରେ ରହିଥିବା ଜିଓ ଫାଇବର ଉପଭୋକ୍ତା ଗୋଲ୍ଡ ପ୍ଲାନ୍ କିମ୍ବା ତଦୁର୍ଦ୍ଧ ପ୍ଲାନ୍ ରିଚାର୍ଜ କରି ଏହି ଅଫରର ଲାଭ ଉଠାଇପାରିବେ ।
ଏହି ମାଗଣା ବାର୍ଷିକ ଆମାଜନ୍ ପ୍ରାଇମ୍ ମେମ୍ବରସିପ୍ ଅଫର ମଧ୍ୟରେ ରହିଛି ହିନ୍ଦୀ ଓ ଇଂରାଜୀ ସମେତ ଅନେକ ଆଂଚଳିକ ଭାଷାର ଆମାଜନ୍ ପ୍ରାଇମ୍ ଭିଡିଓ, ସାମଗ୍ରୀର ମାଗଣା ଓ ତ୍ୱରିତ ପ୍ରେରଣ (ଡେଲିଭରି), ଟପ୍ ଡିଲ୍‌ଗୁଡିକୁ ଆଗୁଆ ସୁଯୋଗ, ବିଜ୍ଞାପନ ରହିତ ସଙ୍ଗୀତ, ପ୍ରାଇମ୍ ଗେମିଙ୍ଗ୍ ଏବଂ ଆହୁରି ଅନେକ କିଛି ।
ସୂଚନାଯୋଗ୍ୟ ଯେ ଜିଓର ମାସିକ ଗୋଲ୍ଡ ପ୍ଲାନ୍‌ରେ ୨୫୦ ଏମ୍‌ବିପିଏସ୍ ପର୍ୟ୍ୟନ୍ତ ସ୍ପିଡ୍‌ରେ ୧୨୫୦ ଜିବି ଡାଟା ମିଳିବା ସହିତ ଅସୀମିତ ଭଏସ୍ କଲିଙ୍ଗ୍‌, ଭିଡିଓ କଲିଙ୍ଗ୍‌, କନ୍‌ଫରେନ୍ସିଂ ଏବଂ ଜିଓର ସମସ୍ତ ପ୍ରିମିୟମ୍ ଆପ୍ସ ସମୂହ ବ୍ୟବହାର ସୁବିଧା ମିଳୁଛି । ତେବେ ଗୋଲ୍ଡ ପ୍ଲାନ୍‌ରେ ବାର୍ଷିକ ରିଚାର୍ଜ କରୁଥିବା ଉପଭୋକ୍ତାଙ୍କ ପାଇଁ ପ୍ରତିମାସରେ ୧୭୫୦ ଜିବି ପର୍ୟ୍ୟନ୍ତ ହାଇସ୍ପିଡ୍ ଡାଟା ଉପଲବ୍ଧ ହେଉଛି ।

Comments are closed.