ରିଲାଏନ୍ସ ଜିଓର ଜବରଦସ୍ତ ଅଫର : ମିଳିବ ୧୦୨୪ଜିବି ଡ଼ାଟା

ନୂଆଦିଲ୍ଲୀ : ରିଲିଏନ୍ସ ଜିଓ ତାର ଉପୋଗଭକ୍ତାଙ୍କ ସୁବିଧା ଦୃଷ୍ଟିରୁ ନିୟମିତ ଭାବେ ଅଫର ଦେଇଆସୁଛି। ଏହି ପରିପ୍ରେକ୍ଷିରେ ଜିଓ ଏକ ନୂଆ ଟପ୍ଅପ୍ ଭାଉଚରର ବଜାର ପ୍ରବେଶ କରିଛି। ଏଥିରେ କମ୍ପାନୀ ପକ୍ଷରୁ ଜିଓ ଫାଇବରର ଏକ ପ୍ଲାନକୁ ଅପଡେଟ କରାଯାଇଛି। ଯେଉଁଥିରେ ୧୯୯ଟଙ୍କାରେ ଟପଅପ୍ ଭାଉଚରରେ ୭ଦିନର ବୈଧତା ସହିତ ୧୦୨୪ଜିବି ଡ଼ାଟା ମିଳିବ। ଏହାପୂର୍ବରୁ ଏହି ଭାଉଚରରେ ୧୦୦ଜିବି ଡ଼ାଟା ମିଳୁଥିଲା। ୬୯୯ ଟଙ୍କା ଓ ୮୪୯ଟଙ୍କାର ଜିଓ ଫାଇବର ବ୍ୟାବହାରକାରୀ ଏହି ଅଫରର ସୁବିଧା ନେଇପାରିବେ।


ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ କି, ୧୯୯ଟଙ୍କାର ଅଫର ଜିଓର ଫାଇବର ପ୍ଲାନ ନୁହେଁ। ଏହା ହେଉଛି କେବଳ ଏକ ଟପଅପ୍ ଭାଉଚର। ଜିଓ ଫାଇବର ବ୍ୟବହାରାକରୀଙ୍କୁ ଅଧିକ ଡ଼ାଟା ଭେଟି ଦେବାପାଇଁ ଜିଓ ପକ୍ଷରୁ ୧୯୯ଟଙ୍କାର ଟପଅପ୍ ଭାଉଚର ଅଣାଯାଇଛି।

Comments are closed.