ଜିଓର ବଡ଼ ଝଟକା: ଏଣିକି ଜିଓରୁ ଅନ୍ୟ ନମ୍ବରକୁ କଲ କଲେ ପଡିବ ଚାର୍ଜ

ନୂଆଦିଲ୍ଲୀ : ଉଦ୍ୟୋଗପତି ମୁକେଶ ଅମ୍ୱାନୀଙ୍କ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଦିପାବଳୀ ପୂର୍ବରୁ ତାର ଗ୍ରାହକମାନଙ୍କୁ ଏକ ଝଟକା ଦେଇଛି। ଏଣିକି ଜିଓ ନମ୍ବରରୁ ଅନ୍ୟ ନମ୍ବରକୁ କଲ କଲେ ଚାର୍ଜ ପଡ଼ିବ ବୋଲି ବୁଧବାର ଜିଓ ତରଫରୁ ଘୋଷଣା କରାଯାଇଛି। କଲ ଟର୍ମିନେଶନ ଚାର୍ଜ ସହ ଜଡିତ ଥିବା ନିୟମଗୁଡିକର ଅନିଶ୍ଚିତତା କାରଣରୁ ଜିଓ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି।

ଜିଓର ଗ୍ରାହାକମାନଙ୍କୁ ଜିଓ ନେଟୱର୍କ ଛାଡି ଅନ୍ୟ ଯେକୌଣସି ନେଟୱର୍କକୁ ଭଏସ୍ କଲ ପାଇଁ ପ୍ରତି ମିନିଟ ପିଛା ୬ ପଇସା ଦେବାକୁ ପଡିବ, ମାତ୍ର ସମାନ ଟଙ୍କାର ମୂଲ୍ୟରେ ମାଗଣା ଡାଟା ଦେବା ସହ ଜିଓ ଏହାକୁ ସନ୍ତୁଳିତ ମଧ୍ୟ କରିବାକୁ ଯାଉଥିବା ସୂଚନା ମିଳିଛି।

Comments are closed.