ଓଡ଼ିଶାରେ ଏକ ନମ୍ବର ସ୍ଥାନରେ ଜିଓ 

କଟକ : ରିଲାଏନ୍ସ ଜିଓ ଓଡ଼ିଶାରେ ମୋବାଇଲ ସେବା ପ୍ରଦାନ କ୍ଷେତ୍ରରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)ର ସଦ୍ୟତମ ଉପଭୋକ୍ତା ତଥ୍ୟରୁ ଜଣାଯାଇଛି। ୨୦୧୬ ସେପ୍ଟେମ୍ବରରେ ରାଜ୍ୟରେ ସେବା ପ୍ରଦାନ ଆରମ୍ଭ କରିଥିବା ରିଲାଏନ୍ସ ଜିଓ ସାଢେ ତିନିବର୍ଷରୁ କମ୍‍ ସମୟ ମଧ୍ୟରେ ଏୟାରଟେଲକୁ ପଛରେ ପକାଇ ୧.୧୮ କୋଟି ମୋବାଇଲ ଗ୍ରାହକ ହାସଲ କରି ରାଜ୍ୟରେ ଏକ ନମ୍ବର ମୋବାଇଲ ଅପରେଟର ହୋଇପାରିଛି। ୨୦୧୯ରେ ଏହା ରାଜ୍ୟରେ ୩୭ ଲକ୍ଷରୁ ଅଧିକ ନୂଆ ଗ୍ରାହକ ସଂଯୋଗ କରିଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରେ କୁହାଯାଇଛି। ଟ୍ରାଇର ତଥ୍ୟ ଅନୁଯାୟୀ ୨୦୧୯ ଡିସେମ୍ବର ୩୧ ସୁଦ୍ଧା ଓଡ଼ିଶାରେ ଜିଓର ଗ୍ରାହକ ସଂଖ୍ୟା ୧.୧୮ କୋଟିରୁ ଅଧିକ ରହିଥିବାବେଳେ ଏହା ପଛକୁ ଏୟାରଟେଲ ଗ୍ରାହକ ସଂଖ୍ୟା ୧.୧୭ କୋଟି, ବିଏସଏନଏଲ ୬୦ ଲକ୍ଷ, ଭୋଡାଫୋନ ଆଇଡିଆର ୩୪ ଲକ୍ଷ ମୋବାଇଲ ଗ୍ରାହକ ରହିଥିଲେ। ଓଡ଼ିଶାରେ ମୋଟ ମୋବାଇଲ ଗ୍ରାହକ ବଜାରରେ ଜିଓର ୩୬% ଅଂଶ ଥିବାବେଳେ ରାଜସ୍ୱ କ୍ଷେତ୍ରରେ ୫୮% ଅଂଶ ରହିଛି।

Comments are closed.