ଗୁଗୁଲ୍ ଆଣ୍ଡ୍ରଏଡ୍ ପ୍ଲେ-ଷ୍ଟୋର୍ ଓ ଆଇଓଏସ୍‌ରେ ଆସିଲା ଜିଓମାର୍ଟ ଆପ୍

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍‌ର ଅନ୍‌ଲାଇନ୍ ଗ୍ରସୋରୀ ପ୍ଲାଟଫର୍ମ ଜିଓମାର୍ଟର ମୋବାଇଲ୍ ଆପ ଏବେ ଗୁଗୁଲ୍‌ର ଆଣ୍ଡ୍ରଏଡ୍ ପ୍ଲେ-ଷ୍ଟୋର୍ ଏବଂ ଆଇଓଏସ୍ ଆପ୍ ଷ୍ଟୋର୍‌ରେ ଉପଲବ୍ଧ ହୋଇଛି ।

ଆରମ୍ଭ ହେବାର ମାତ୍ର କିଛିଦିନ ମଧ୍ୟରେ ଜିଓମାର୍ଟ ଆପ୍ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଡାଉନଲୋଡ୍ ହୋଇଥିବା ବେଳେ ସପିଙ୍ଗ ବର୍ଗରେ ଆପଲ୍ ଆପ୍ ଷ୍ଟୋର‌ରେ ଦ୍ୱିତୀୟ ସ୍ଥାନରେ ଏବଂ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରେ ତୃତୀୟ ସ୍ଥାନ ଅଧିକାର କରିଛି । ଆଗରୁ କେବଳ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେଉଥିବା ଜିଓ ମାର୍ଟ ଏବେ ମୋବାଇଲ ଆପରେ ଆସିବାପରେ ମୋବାଇଲ୍‌ରେ ସପିଙ୍ଗ କରିବାକୁ ପସନ୍ଦ କରୁଥିବା ଗ୍ରାହକମାନଙ୍କୁ ମନପସନ୍ଦ ସୁବିଧା ମିଳିପାରିବ ।

ସୂଚନା ଯୋଗ୍ୟ ଯେ, ଜିଓମାର୍ଟ ଡଟ୍ କମ୍ ଜରିଆରେ ମାର୍ଚ୍ଚ ମାସରେ ଦେଶର ୨୦୦ରୁ ଉର୍ଦ୍ଧ୍ୱ ସହରକୁ ସଂପ୍ରସାରିତ ହୋଇଥିଲା ଜିଓମାର୍ଟ ସେବା । ଏହି କ୍ରମରେ ଓଡିଶାର ଭୁବନେଶ୍ୱର, କଟକ, ସମ୍ବଲପୁର, ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀର, ରାୟଗଡା, ଖୋର୍ଦ୍ଧା, ଯାଜପୁର, ସେମିଳିଗୁଡା ଓ ଢେଙ୍କାନାଳ ସହରରେ ଆରମ୍ଭ ହୋଇଛି ଜିଓମାର୍ଟ ବିଟା ସେବା ଏବଂ ଲୋକଙ୍କୁ ଘରେ ଗ୍ରସୋରୀ, ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ପହଁଞ୍ଚାଉଛି ।

ବିଭିନ୍ନ ସାମଗ୍ରୀ ଉପରେ ଆକର୍ଷଣୀୟ ରିହାତି ସାଙ୍ଗକୁ ଜିଓମାର୍ଟରେ ଉପଲବ୍ଧ ସମସ୍ତ ସାମଗ୍ରୀ ଉପରେ ସର୍ବନିମ୍ନ ୫% ରହିାତି ବ୍ୟବସ୍ଥା ରହିଛି । ଜିଓମାର୍ଟରେ ବିଭିନ୍ନ ସାମଗ୍ରୀ ଓ ସୁବିଧାରେ ନିରନ୍ତର ବୃଦ୍ଧି ଘଟୁଥିବା ବେଳେ ଗ୍ରସୋରୀ, ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ସାଙ୍ଗକୁ ଗୃହ ଉପକରଣ, ପୂଜାସାମଗ୍ରୀ, ରୋଷେଇ ସାମଗ୍ରୀ ଓ ଉପକରଣ, ଶିଶୁ ଯତ୍ନ ସାମଗ୍ର, ପ୍ରସାଧନ ସାମଗ୍ରୀ ଇତ୍ୟାଦି ଉପଲବ୍ଧ ହେଉଛି ଯାହା ଗ୍ରାହକମାନେ ଘରେ ବସି ଅର୍ଡର କରି ଆରାମରେ ପାଇପାରିବେ ।

ସେହିଭଳି ଦେୟ ପ୍ରଦାନ ପାଇଁ ଅନ୍‌ଲାଇନ୍ ବ୍ୟାଙ୍କିଙ୍ଗ୍‌, କ୍ରେଡିଟ୍ ଓ ଡେବିଟ୍ କାର୍ଡ ସମେତ ସୋଡେକ୍ସୋ କୁପନ ଓ କ୍ୟାସ୍ ଅନ୍ ଡେଲିଭରୀ ଭଳି ବ୍ୟବସ୍ଥା ଏବେ ଜିଓମାର୍ଟରେ ଉପଲବ୍ଧ ହୋଇଛି ।

ସୂଚନାଯୋଗ୍ୟ ଯେ, ନିକଟରେ ହୋଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବାର୍ଷିକ ସାଧାରଣ ବୈଠକରେ କମ୍ପାନୀର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଆଗାମୀ ଦିନରେ ଜିଓମାର୍ଟ ଅଧିକ ସହରକୁ ସଂପ୍ରସାରିତ ହେବା ସହିତ ଏଥିରେ ଇଲୋକ୍ଟ୍ରନିକ୍ସ, ଫ୍ୟାଶନ୍‌, ଫର୍ମାସ୍ୟୁଟିକାଲ୍‌, ସ୍ୱାସ୍ଥ୍ୟ ସେବା ସାମଗ୍ରୀ ସମେତ ଅନେକ ସାମଗ୍ରୀ ଉପଲବ୍ଧ ହେବ ବୋଲି ଘୋଷଣା କରିଥିଲେ ।

Comments are closed.