ଲକ୍‍-ଡାଉନ୍‍ ସମୟରେ ଜିଓ ଗ୍ରାହକଙ୍କୁ ମିଳିବ ୧୦୦ମିନିଟ୍‍ ମାଗଣା ଟକ୍‍ ଟାଇମ୍‍ ଏବଂ ଏସ୍‍ଏମ୍‍ଏସ୍‍

ଭୁବନେଶ୍ୱର: କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଜାରି ହୋଇଥିବା ଦେଶବ୍ୟାପୀ ଲକ୍‍ ଡାଉନ୍‍କୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ସମସ୍ତ ଜିଓଫୋନ୍‍ ଗ୍ରାହକଙ୍କୁ ଏପ୍ରିଲ୍‍ ୧୭ ଯାଏଁ ୧୦୦ ମିନିଟ୍‍ର ମାଗଣା ଟକ୍‍ଟାଇମ୍‍ ଏବଂ ୧୦୦ ମାଗଣା ଏସ୍‍ଏମ୍‍ଏସ୍‍ ଦେବାନେଇ ଘୋଷଣା କରାଯାଇଛି। ବର୍ତ୍ତମାନର ଲକ୍‍ଡାଉନ୍‍ ସମୟରେ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକମାନଙ୍କ ପାଇଁ ପ୍ରତିଯୋଗୀ କମ୍ପାନୀ ମାନଙ୍କ ପକ୍ଷରୁ ଦିଆଯାଉଥିବା ସୁବିଧାଠାରୁ ଏହା ୧୦ ଗୁଣ ଅଧିକ ରହିଛି ।  ଲକ୍‍ଡାଉନ୍‍ ସମୟରେ ଦୋକାନଗୁଡିକରେ ରିଚାର୍ଜ କରିବାରେ ସକ୍ଷମ ନ ହୋଇପାରିବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ଜିଓ ପକ୍ଷରୁ ପ୍ରିପେଡ୍‍ ଜିଓଫୋନ୍‍ ବ୍ୟବହାରକାରୀମାନଙ୍କ ପାଇଁ ପ୍ଲାନ୍‍ ବୈଧତା ବା ଭାଲିଡିଟି ସରିବା ପରେ ମଧ୍ୟ ଇନ୍‍-କମିଙ୍ଗ୍‍ କଲ୍‍ ଜାରି ରହିବ ବୋଲି ଘୋଷଣା କରାଯାଇଛି। କମ୍ପାନୀ ପକ୍ଷରୁ ଏକ ଟୁଇଟ୍‍ରେ ମଧ୍ୟ ଏଥିନେଇ ସୂଚନା ଦିଆଯାଇଛି।

 

Comments are closed.