ଜିଓକୁ ପୂରିଲା ଦୁଇ ବର୍ଷ ; ଜାଣନ୍ତୁ କ’ଣ ରହିଛି ଆଗାମୀ ସୁବିଧା

0

ନୂଆଦିଲ୍ଲୀ : ମୋବାଇଲ ଦୂରସଂଚାର ବଜାରରେ ବୁଧବାର ରିଲାଏନ୍ସ ଜିଓ ନିଜର ବ୍ୟବସାୟ ଦୁଇ ବର୍ଷ ପୁରଣ କରିଛି। ବିଶେଷଜ୍ଞ ମାନଙ୍କ ମତରେ ଏହି ଦୁଇ ବର୍ଷ ମଧ୍ୟରେ ଭାରତରେ ମୋବାଇଲ ଡାଟା ବ୍ୟବହାର ୨୦ କୋଟି ଗିଗାବାଇଟରୁ ୩୭୦ କୋଟିରେ ପହଞ୍ଚିଛି। ମୋବାଇଲ ଡାଟା ଶସ୍ତା ହେବାଦ୍ୱାରା ଭାରତରେ ଏହି ପରିବର୍ତ୍ତନ ଦେଖାଯାଇଛି। ଜିଓ ଆସିବା ପରଠାରୁ ମାଗଣା କଥାବାର୍ତ୍ତା ସୁବିଧା ମଧ୍ୟ ଏକ ବିରାଟ ପରିବର୍ତ୍ତନ ହୋଇଛି।
ବିଶେଷଜ୍ଞ ମାନଙ୍କ ମତରେ, ପୂର୍ବରୁ ଏକ ଜିବି ଡାଟା ୨୫୦ ଟଙ୍କା ରହିଥିବାବେଳେ ଜିଓ ଆସିବା ପରେ ଏହା ୧୫ ଟଙ୍କାକୁ ହ୍ରାସ ପାଇଛି। ଜିଓର ଜଣେ କର୍ମକର୍ତ୍ତାଙ୍କ କହିବା ଅନୁସାରେ ଜିଓ ଆସିବାପରେ ବଜାରରେ ପ୍ରକୃତ ଲୋକତନ୍ତ୍ର ମିଳିଛି। ଜିଓ ସାଧାରଣ ଲୋକମାନଙ୍କୁ ଫୋର-ଜି ନଏଟୱାର୍କ ସହ ଯୋଡିଛି। ଯାହା ଭାରତରେ ଯୋଗାଯୋଗ କ୍ଷେତ୍ରରେ ଏକ ମାଇଲଖୁଣ୍ଟ। ମିଳିଥିବା ସୂଚନା ଅନୁସାରେ ଭାରତରେ ବର୍ତ୍ତମାନ ୩୪୦ କୋଟି ଜିବି ଡାଟା ବ୍ୟବହାର କରାଯାଉଛି। ସେଥିମଧ୍ୟରୁ ଜିଓ ହିଁ ୨୪୦ କୋଟି ଜିବି ଡାଟା ବ୍ୟବହାର କରୁଛନ୍ତି।
ଭାରତରେ ରହିଯାଇଥିବା ଅନ୍ୟ ୫୦କୋଟି ଲୋକଙ୍କୁ ଇଣ୍ଟରନେଟ ସହ ଯୋଡିବା ଜିଓର ଲକ୍ଷ୍ୟ ରହିଛି।

Leave A Reply