ଦିଲ୍ଲୀ ସର୍କଲରେ ଜିଓ ଏକ ନମ୍ବର, ଗ୍ରାହକଙ୍କ ସଂଖ୍ୟା ୧.୮୨ କୋଟି : ଟ୍ରାଇ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ରିଲାଏନ୍ସ ଜିଓ ସବୁଠାରୁ ଲୋକପ୍ରିୟ ଟେଲିକମ୍ କମ୍ପାନୀ ହୋଇପାରିଛି। ଗତ ତିନିମାସ ଧରି କମ୍ପାନୀ ପ୍ରଥମ ସ୍ଥାନରେ ରହିଆସିଛି। ନୂତନ ଟ୍ରାଇ ରିପୋର୍ଟରୁ ଏହି ସୂଚନା ମିଳିଛି। ଟ୍ରାଇ ରିପୋର୍ଟ ଅନୁଯାୟୀ, ଜାନୁଆରୀ-ମାର୍ଚ୍ଚ ୨୦୨୦ରେ ରିଲାଏନ୍ସ ଜିଓ ଦିଲ୍ଲୀ ସର୍କଲରେ ପ୍ରଥମ ସ୍ଥାନରେ ରହିଥିଲା। ବର୍ତ୍ତମାନ ଏହି ସର୍କଲରେ କମ୍ପାନୀର ମୋଟ ଗ୍ରାହକଙ୍କ ସଂଖ୍ୟା ୧.୮୨ କୋଟିକୁ ବୃଦ୍ଧି ପାଇଛି ଏବଂ କମ୍ପାନୀର ବଜାର ଅଂଶ ୩୪ ପ୍ରତିଶତ ରହିଛି।
ରିପୋର୍ଟ ଅନୁଯାୟୀ, ମାର୍ଚ୍ଚରେ କମ୍ପାନୀ କେବଳ ୨.୫୯ ଲକ୍ଷ ଗ୍ରାହକ ଯୋଡିଥିଲା। ଏହି ସମୟରେ, ବର୍ତ୍ତମାନ ଜିଓର ନେଟୱାର୍କ ସମଗ୍ର ଦିଲ୍ଲୀ ସର୍କଲକୁ ଆବୃତ କରିଛି। ବର୍ତ୍ତମାନ, ଜିଓର ଦିଲ୍ଲୀରେ ୨୫ହଜାରରୁ ଅଧିକ ଖୁଚୁରା ଷ୍ଟୋର୍ ଏବଂ ୩୪ଟି ଜିଓ କେନ୍ଦ୍ର ଅଛି, ଯାହା କ୍ରମାଗତ ଭାବରେ ଉପଭୋକ୍ତାମାନଙ୍କୁ ସେବା ଯୋଗାଉଛି।