କାରଖାନାରେ କାର୍ଯ୍ୟରତ ଅବସ୍ଥାରେ ଠିକା ଶ୍ରମିକଙ୍କ ମୃତ୍ୟୁ

ଯୋଡା: କେନ୍ଦୁଝର ଜିଲା  ଯୋଡା ବ୍ଲକ ଦେଓଝରଠାରେ ଜିନ୍ଦଲ ପିଲେଟ୍‍ କାରଖାନାରେ ସୋମବାର ପୂର୍ବାହ୍ନରେ କାର୍ଯ୍ୟରତ ଅବସ୍ଥାରେ ଜଣେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକଙ୍କ ନାମ ସନାତନ ମୁଣ୍ଡା। ସୂଚନା ମୁତାବକ, ଅଂଶେଇକଳା ପଞ୍ଚାୟତ ଅନ୍ତର୍ଗତ ବଡହୁଣ୍ଡୁଳା ଗ୍ରାମ ମୁଣ୍ଡାସାହି ହାମ୍‍ଲେଟ୍‍ର ମୃତ ସନାତନ ଶ୍ରୀଧର ଇଞ୍ଜିନିୟରିଂ ନାମକ ଠିକା ସଂସ୍ଥାରେ ଦୀର୍ଘ ଦିନ ହେବ ହାଉସ୍‍ କିପିଂ କାର୍ଯ୍ୟରେ ନିୟୋଜିତ ଥିଲେ। ତେବେ ସୋମବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ କାର୍ଯ୍ୟରତ ଅବସ୍ଥାରେ ସନାତନ ଚେତାଶୂନ୍ୟ ହୋଇ ତଳେ ପଡିଯିବା ପରେ ତୁରନ୍ତ ତାଙ୍କୁ କମ୍ପାନୀ ଚିକିତ୍ସାଳୟକୁ ଓ ପରେ ସ୍ଥାନୀୟ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। ସେଠାରୁ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲେ। ତେବେ ସେଠାରେ ଡାକ୍ତର ସନାତନକୁ ମୃତ ବୋଲି ଘୋଷଣା କରିଥିଲେ। ପୁଲିସ ଉପସ୍ଥିତିରେ ଜିନ୍ଦଲ କର୍ତ୍ତୁପକ୍ଷ ସୋମବାର ରାତିରେ ଗ୍ରାମବାସୀଙ୍କ ସହ ଆଲୋଚନା କରିବାକୁ ଗ୍ରାମବାସୀଙ୍କୁ ଆମନ୍ତ୍ରଣ କରିଥିବାର ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ।

Comments are closed.