ଅତାବିରା ହାଇସ୍କୁଲରେ ଓଡ଼ିଶା ସ୍କାଉଟ ଗାଇଡ ଓ ମୋ ପରିବାର ମିଳିତ ଆନୁକୁଲ୍ୟ ରେ “ଜୀବନ ବିନ୍ଦୁ” କାର୍ଯକ୍ରମ

ବରଗଡ଼:-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଶିକ୍ଷା ଅଧିନସ୍ଥ ଅତାବିରା ବାଳକ ଉଚ୍ଚ ବିଦ୍ୟାଳୟର ସ୍କୁଲ ପରିସରରେ ଓଡ଼ିଶା ସ୍କାଉଟ ଗାଇଡ ଏବଂ ଓଡ଼ିଶା ସରକାରଙ୍କ ମୋ ପରିବାର ଙ୍କ ମିଳିତ ଆନୁକୁଲ୍ୟରେ ବିଶାଳ ରକ୍ତଦାନ “ଜୀବନ ବିନ୍ଧୁ” ଶିବିର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ମଚିନ୍ଦ୍ର ମଲ୍ଲିକ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇ ଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ମୋ ପରିବାର ର ଜିଲ୍ଲା ସଂଗଠକ ଗୌରହରି ମିଶ୍ର,ବ୍ଲକ ଅଧ୍ୟକ୍ଷା ରୀତା ସାହୁ, ଏନ୍ ଏ ସି ଅଧ୍ୟକ୍ଷା ଦୀପାଞ୍ଜଳୀ୍ ଭୋରା ସାଗର,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ,ଜିଲ୍ଲା ଶାରୀରିକ ନିରୀକ୍ଷକ ଆଶୁତୋଷ ଦେ,ବିଜେଡି ରାଜ୍ୟ ମହିଳା ସଂପାଦକ ସୁଜାତା ପଣ୍ଡା,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରା,ବାଳକ ଉଚ୍ଚ ବିଦ୍ୟାଳୟର ଭରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁପ୍ରଭା ସାହୁ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ରହିଥିଲେ।କାର୍ଯ୍ୟକ୍ରମ କୁ ଶିକ୍ଷକ ବଳରାମ ସାହୁ ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ।ମଞ୍ଚା ସିନ ଅତିଥି ମାନଙ୍କ ଦ୍ଵାରା ମନ୍ତ୍ର ଉଚ୍ଚାରଣ ପୂର୍ବକ ବାଗ ଦେବୀ ସରସ୍ଵତୀ ,ଗଜାନନ, ଓ ମାଁ ସମଲେଶ୍ଵରୀ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦ୍ଵିପ ପ୍ରଜ୍ବଳନ କରାଯାଇଥିଲା।ଏହାପରେ ଶିକ୍ଷୟିତ୍ରୀ ରଶ୍ମି ରାଣୀ ନନ୍ଦ ଓ ସାଥିଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ନିମନ୍ତ୍ରିତ ଅତିଥି ମାନଙ୍କୁ ଉତ୍ତରୀୟ ସହ ସ୍କାଉଟ୍ ଗାଇଡ ପକ୍ଷରୁ ସ୍କର୍ପ ଓ ୱାଗଲ ପ୍ରଦାନ କରାଯାଇଥିଲା।ଏଥିରେ ବୁର୍ଲ୍ଲା ରକ୍ତ ଭଣ୍ଡାର ଙ୍କ ସହଯୋଗ ରେ  ସର୍ବ ମୋଟ ୧୪୪ ୟୁନିଟ ରକ୍ତ ସଂଗୃହୀତ ହୋଇ ଥିଲା।ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନ ତଥା ସ୍କୁଲ,କଲେଜ୍ ର ଶିକ୍ଷକ,ଶିକ୍ଷୟିତ୍ରୀ, ଅଧ୍ୟାପକ,ଅଧ୍ୟାପିକା ମାନଙ୍କ ସକ୍ରିୟ ସହଯୋଗ ରହିଥିଲା।

Comments are closed.