ରିଲିଜ୍‍ ହେଲା ‘ଝୁଣ୍ଡ୍‍’ର ଟିଜର୍

ମୁମ୍ବଇ: ଅମିତାଭ ବଚ୍ଚନ ଅଭିନୀତ ଆଗାମୀ ସ୍ପୋର୍ଟ୍‍ସ-ଡ୍ରାମା ଚଳଚ୍ଚିତ୍ର ‘ଝୁଣ୍ଡ୍‍’ର ଟିଜର୍ ମଙ୍ଗଳବାର ରିଲିଜ୍‍ ହୋଇଛି। ଟିଜର୍ ଭିଡିଓର ଆରମ୍ଭରେ ଅମିତାଭ କହୁଛନ୍ତି, “ଝୁଣ୍ଡ୍‍ କୁହନ୍ତୁନି ସାର୍‍ ଟିମ୍‍ କୁହନ୍ତୁ”। ଏହାପରେ କେତେକ ଲୋକ ହାତରେ ହତିଆର ଧରି ଚାଲୁଥିବା ଦେଖିବାକୁ ମିଳିଛି। ଏହି ଟିଜର୍ ଭିଡିଓକୁ ଅଭିଷେକ ବଚ୍ଚନ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଏହା ସହିତ ଚଳଚ୍ଚିତ୍ର ପାଇଁ ଖୁବ୍‍ ଉତ୍ସାହିତ ଥିବା କହିଛନ୍ତି। ଟିଜର୍ ଦମ୍‍ଦାର୍‍ ହୋଇଥିବା ବେଳେ ଜବରଦସ୍ତ ବ୍ୟାକ୍‍ଗ୍ରାଉଣ୍ଡ ମ୍ୟୁଜିକ୍‍ ମଧ୍ୟ ରହିଛି। ସାମାଜିକ ଗଣମାଧ୍ୟମରେ ଲୋକ ଟିଜରକୁ ଖୁବ୍‍ ପସନ୍ଦ କରିବା ସହ ଭଲ ପ୍ରତିକ୍ରିୟା ଦେଉଛନ୍ତି।

ସୂଚନାଯୋଗ୍ୟ, ଭୂଷଣ କୁମାର, କୃଷ୍ଣ କୁମାର, ରାଜ ହିରେମଥ, ସବିତା ରାଜ ହିମେରଥ, ନାଗରାଜ ମଞ୍ଜୁଲେ, ଗାର୍ଗୀ କୁଲକର୍ଣ୍ଣୀ ଓ ମୀନୁ ଅରୋରା ‘ଝୁଣ୍ଡ୍‍’ର ପ୍ରଯୋଜନା ଭାର ବହନ କରିଛନ୍ତି। ଏଥିରେ ଅମିତାଭ ଜଣେ ଫୁଟ୍‍ବଲ ପ୍ରଶିକ୍ଷକ ଭୂମିକାରେ ନଜର ଆସିବେ, ଯିଏ ଗରିବ ପିଲାମାନଙ୍କୁ ପ୍ରେରଣା ଦେଇ ଏକ ଫୁଟ୍‍ବଲ ଟିମ୍‍ ଆରମ୍ଭ କରୁଛନ୍ତି। ମରାଠୀ ଚଳଚ୍ଚିତ୍ର ନିର୍ମାତା ନାଗରାଜ ମଞ୍ଜୁଲେ ଏହାର ନିର୍ଦ୍ଦେଶନା ଦେଉଛନ୍ତି।

Comments are closed.