ବଦଳିର ଆଦେଶ ମିଳିବାର ୩ ମାସ ବିତିଲା, ତଥାପି ଗାଦି ଛାଡୁ ନାହାନ୍ତି ଅଧିକାରୀ

ଝୁମ୍ପୁରା: ଝୁମ୍ପୁରା ବ୍ଲକରେ ପୂର୍ବରୁ କାର୍ଯ୍ୟ କରୁଥିବା କନିଷ୍ଠ ଯନ୍ତ୍ରୀମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଅନ୍ୟ ବ୍ଲକରୁ ବଦଳି ପାଇଁ ପତ୍ର ମାଧ୍ୟମରେ ବ୍ଲକ ପ୍ରଶାସନକୁ ଅବଗତ କରିଛନ୍ତି। ବ୍ଲକ ପ୍ରଶାସନ ପାଖରେ ଜିଲାପ୍ରଶାସନର ବଦଳି ଆଦେଶ ପହଞ୍ଚିବା ପରେ ମଧ୍ୟ ବ୍ଲକ ପ୍ରଶାସନ ଯେଉଁ ଅଧିକାରୀଙ୍କ ବଦଳି ହୋଇଛି ସେହି ଅଧିକାରୀ ମାନଙ୍କୁ ତୁରନ୍ତ ସେମାନଙ୍କୁ ଯେଉଁଠାକୁ ବଦଳି ଆଦେଶ ମିଳିଛି ସେଠାକୁ ପଠାଇବାର ବ୍ୟବସ୍ଥା କରିବା କଥା। କିନ୍ତୁ ଝୁମ୍ପୁରା ବ୍ଲକର ୨ ଜଣ କନିଷ୍ଠ ଯନ୍ତ୍ରୀଙ୍କ ବଦଳି ହୋଇଥିଲେ ମଧ୍ୟ ବ୍ଲକ ପ୍ରଶାସନ ସେମାନଙ୍କୁ ଯିବାକୁ କାହିଁକି ଅନୁମତୀ ପ୍ରଦାନ ନ କରି ଘଣ୍ଟ ଘଡାଇ ରଖିଛନ୍ତି ବୋଲି ଜନସାଧାରଣରେ ପ୍ରଶ୍ନ ଉଠୁଛି। ଝୁମ୍ପୁରା ବ୍ଲକରେ ପୂର୍ବରୁ କାର୍ଯ୍ୟକରୁଥିବା କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ନନ୍ଦ କୁ ଜିଲାପ୍ରଶାସନଙ୍କ ଚିଠି ନମ୍ବର ୩୦୦୫ ତାରିଖ ୧୫ା୭ା୨୦୨୧ ରେ ଜିଲାପ୍ରଶାସନ ପକ୍ଷରୁ ଯୋଡା ବ୍ଲକକୁ ବଦଳି କରିଛନ୍ତି। ଜିଲା ପ୍ରଶାସନ କନିଷ୍ଠ ଯନ୍ତ୍ରୀ ନନ୍ଦକୁ ବଦଳି କରିବାର ଆଜକୁ ୩ ମାସ ଅତିକ୍ରମ ହୋଇ ଯାଇଥିଲେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କୁ ବଦଳି ସ୍ଥାନକୁ ଯିବାକୁ ଅନୁମତୀ ପ୍ରଦାନ ନକରି କିପରୀ ଝୁମ୍ପୁରା ବ୍ଲକରେ ଅଟକାଇ ରଖିଛନ୍ତି ବ୍ଲକ ପ୍ରଶାସନ।

 

ସେହିପରି ଜିପିଟିଏ ପ୍ରଦୀପ କୁମାର ମିଶ୍ର ଙ୍କୁ ମଧ୍ୟ ଜିଲାପ୍ରଶାସନର ଚିଠି ନମ୍ବର ୩୦୦୫ ତାରିଖ ୧୫ା୭ା୨୦୨୧ରେ ଝୁମ୍ପୁରା ବ୍ଲକରୁ ଘଟଗାଁ ବ୍ଲକକୁ ବଦଳି ଆଦେଶ ପ୍ରଦାନ କରିଛନ୍ତି ଜିଲା ପ୍ରଶାସନ । ବ୍ଲକରେ କାର୍ଯ୍ୟ କରୁଥିବା ଅନ୍ୟ ୫ କନିଷ୍ଠ ଯନ୍ତ୍ରୀଙ୍କ ବଦଳି ଆଦେଶ ମିଳିବା ପରେ ତୁରନ୍ତ ବ୍ଲକ ପ୍ରଶାସନ ସେମାନଙ୍କୁ ଅନ୍ୟ ବ୍ଲକକୁ ଯିବାପାଇଁ ଅନୁମତୀ ପ୍ରଦାନ କରିଥିବା ବେଳେ ଏହି ଦୁଇ ଯନ୍ତ୍ରୀଙ୍କୁ ବ୍ଲକ ପ୍ରଶାସନ ବଦଳି ହୋଇଥିବା ସ୍ଥାନକୁ ଯିବାକୁ କାହିଁକି ଅନୁମତୀ ପ୍ରଦାନ କରୁନାହାନ୍ତି ସେମାନଙ୍କୁ ଅନ୍ୟ ବ୍ଲକକୁ ଯିବା ପାଇଁ ଅନୁମତୀ ପ୍ରଦାନ କରିବାରେ ବ୍ଲକ ପ୍ରଶାସନ କାହିଁକି ପଦକ୍ଷେପ ନେଉ ନାହାନ୍ତି। ଜିଲାପ୍ରଶାସନର ନିର୍ଦେଶକୁ ବ୍ଲକ ପ୍ରଶାସନ କାହିଁକି ହେୟଜ୍ଞାନ କରି ଚାଲିଛନ୍ତି ଏହାର ପଛରେ କିଛି କାରଣ ରହିଛି ନା ବ୍ଲକ ପ୍ରଶାସନ ଏମାନଙ୍କ ଠାରୁ କିଛି ସ୍ୱାର୍ଥ ହାସଲ କରିବା ପାଇଁ ଯୋଜନା ରଖି ଏହି ଦୁଇ ଅଧିକାରୀ ମାନଙ୍କୁ ବ୍ଲକ ପ୍ରଶାସନ ରଖିଛନ୍ତି ନା ଉନ୍ନୟନ କାର୍ଯ୍ୟରେ କୌଣସି ଠାର ଦୁର୍ନତୀ କରିଛନ୍ତି ଅଧିକାରୀ ମାନେ ଏଠାରୁ ଚାଲିଗଲା ପରେ ଦୁର୍ନତୀ ଲୋକ ଲୋଚନକୁ ଆସିଯିବ ସେହି ଭୟରେ ତାଙ୍କୁ ବଦଳି ସ୍ଥାନକୁ ଯିବାପାଇଁ ଅନୁମତୀ ପ୍ରଦାନ କରୁନାହାନ୍ତି ବ୍ଲକ ପ୍ରଶାସନ ବୋଲି ଝୁମ୍ପୁରା ଅଞ୍ଚଳରେ ଆଲୋଚନା ହେଉଛି। ସେହିପରି ଝୁମ୍ପୁରା ବ୍ଲକ ପାଇଁ ନୁଯୁକ୍ତି ହୋଇଥିବା ଅଧିକାରୀ ମାନେ ବ୍ଲକ କାର୍ଯ୍ୟାଳୟରେ ରହି କାମ କରିବା ଦିଗରେ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଅଧିକାରୀ ମାନଙ୍କ ନିମନ୍ତେ ବ୍ଲକ ପରିସର ମଧ୍ୟରେ ଘର ରହିଥିଲେ ମଧ୍ୟ ଅଧିକାରୀ ମାନେ ଜିଲମୁଖ୍ୟାଳୟରେ ରହି ଇଚ୍ଛା ଅନୁସାରେ ବ୍ଲକକୁ ଆସି କାର୍ଯ୍ୟକରୁଛନ୍ତି। ଅଧିକାରୀ ମାନେ ଠିକଣା ସମୟରେ ବ୍ଲକ ଆସୁନଥିବାରୁ ବିଭିନ୍ନ କାର୍ଯ୍ୟନେଇ ଦୂର ଦୂରନ୍ତରୁ ଆସିଥିବା ଜନସାଧାରଣ ତାଙ୍କ କାର୍ଯ୍ୟକୁ ଠିକ୍‍ ଭାବରେ କରିପାରୁ ନାହାନ୍ତି। ଝୁମ୍ପୁରା ବ୍ଲକରୁ ଅନ୍ୟ ବ୍ଲକକୁ ବଦଳି ହୋଇଥିବା କନିଷ୍ଠ ଯନ୍ତ୍ରୀ ମାନଙ୍କୁ ତୁରନ୍ତ ବଦଳି ସ୍ଥାନକୁ ଯିବା ପାଇଁ ଯିବାର ବ୍ୟବସ୍ଥା ଜିଲାପ୍ରଶାସନ କରିବା ଦିଗରେ ସ୍ୱତନ୍ତ ଦୃଷ୍ଟି ଦେବାକୁ ଜନସାଧାରଣରେ ମତ ପ୍ରକାଶ ପାଉଛି।

Comments are closed.