ଟୀକା ନେବାକୁ ପ୍ରତିଯୋଗୀତା, ଟୀକାକରଣ କେନ୍ଦ୍ରରେ ଉତ୍ତେଜନା

ଝୁମ୍ପୁରା: ଝୁମ୍ପୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗୁଣ୍ଡୁଣିଆଁ ପଞ୍ଚାୟତର ୧୮ ବର୍ଷ ଠାରୁ ଆରମ୍ଭ କରି ୬୦ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ମାନଙ୍କ କରୋନା ଟୀକା କରଣ କରିବା ପାଇଁ ସ୍ଥିର ହୋଇଥିଲା। ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ମହିଳା ସ୍ୱାସ୍ଥ୍ୟକର୍ମୀମାନେ ପଞ୍ଚାୟତ ପରିସର ମଧ୍ୟରେ ଆସି ଟୀକା କରଣ କାର୍ଯ୍ୟ ଆରମ୍ଭ କରିଥିଲେ। ଟୀକା ନେବାକୁ ଆସୁଥିବା ବ୍ୟକ୍ତିମାନଙ୍କ ନିମନ୍ତେ ଆଧାର କାର୍ଡ ବାଧ୍ୟତା ମୂଳକ କରିଥିଲା। ପୂର୍ବରୁ ଅନ ଲାଇନରେ ପଞ୍ଜିକୃତ ଏବଂ ଅଣ ପଞ୍ଜିକରଣ ବ୍ୟକ୍ତି ମାନଙ୍କ ମଧ୍ୟରେ ଟୀକା ନେବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ପୂର୍ବରୁ ପଞ୍ଜି କରଣ କରିଥିବା ବ୍ୟକ୍ତି ମାନେ ଟୀକା ନେବାକୁ ଆଗରେ ଚାହିୁଁ ଥିବା ବେଳେ ପଞ୍ଜିକରଣ କରିନଥିବା ବ୍ୟକ୍ତିମାନେ ଆଗରେ ଟୀକା ନେବାକୁ ପ୍ରତିଯୋଗୀତା ଆରମ୍ଭ ହୋଇଥିଲା।

ସ୍ୱାସ୍ଥ୍ୟ ବିଭାଗ କାହାକୁ ଆଗରେ ଟୀକା ପ୍ରଦାନ କରିବ ଅଡୁଆରେ ପଡିଯାଇଥିଲା। ଟୀକା କରଣକୁ ନେଇ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ପ୍ରକାଶ ପାଇଥିଲା ଯାହା ଫଳରେ ଟୀକା କରଣ ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଥିଲା। ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଚମ୍ପୁଆ ପୁଲିସକୁ ଖବର ଦେଇଥିଲେ। ଚମ୍ପୁଆ ପୁଲିସ ଖବର ପାଇ ସଙ୍ଗେ ସଙ୍ଗେ ଗୁଣ୍ଡୁଣିଆଁ ପଞ୍ଚାୟତ ଟୀକାକରଣ କେନ୍ଦ୍ରରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କ ସହିତ ଆଲୋଚନା ହେବା ପରେ ଜନସାଧାରଣ ସ୍ୱାଭାବିକ ଅବସ୍ଥାକୁ ଫେରିବା ସହିତ କରୋନା ଟୀକା କରଣ ପୁଣିଥରେ ଆରମ୍ଭ ହୋଇଥିଲା।

Comments are closed.