ରାଧା ମାଧବ ପାଠାଗାର ପକ୍ଷରୁ ‘ଅଳି’ ପୁସ୍ତକ ଉନ୍ମୋଚିତ

ଝୁମ୍ପୁରା : ଚମ୍ପୁଆ ଉପଖଣ୍ଡ ନିଉଁଣ୍ଡି ସ୍ଥିତ ରାଧାମାଧବ ପାଠାଗାର ଆନୁକୂଲ୍ୟରେ କବି ଅବସରପ୍ରାପ୍ତ ଶିକ୍ଷକ ଜଗବନ୍ଧୁ ମହାନ୍ତଙ୍କ କବିତା ସଂକୁଳନ ପୁସ୍ତକ ‘ଅଳି’ ଶୁଭ ଉନ୍ମୋଚିତ ନିଉଁଣ୍ଡିସ୍ଥିତ ରାଧାମାଧବ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡକ୍ଟର ରଞ୍ଜନ କୁମାର ମହାନ୍ତ ଯୋଗଦାନ କରି ‘ଅଳି’ କବିତା ଗୁଚ୍ଛ ସମ୍ବନ୍ଧରେ ଆଲୋକପାତ କରିଥିଲେ। ସେହିପରି ଭଣ୍ଡା ସ୍ଥିତ ସାହିତ୍ୟ ସଂଜୀବନୀ ସଂସ୍ଥାର ସ୍ରଷ୍ଟା କବି ଡମ୍ବରୁଧର ମହାନ୍ତ ‘ଅଳି’ ପୁସ୍ତକର କବିତା ସମାଜକୁ କିପରୀ ଦିଗଦର୍ଶନ ଦେଇ ପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ।

 

ଏହି ଉତ୍ସବରେ ଯୋଗଦାନ କରିଥିବା କବି କିଶୋର ଚନ୍ଦ୍ର ମହାନ୍ତ, କବି ରଘୁନାଥ ମହାନ୍ତ, କବି ସୁଧିର ଚନ୍ଦ୍ର କର, କବି ନିରଞ୍ଜନ ପ୍ରମୁଖ ଯୋଗଦାନ କରି ‘ଅଳି’ ପୁସ୍ତରରେ ରହିଥିବା କବିତା ଗୁଡିକରେ ସମାଜ ହିତ ପାଇଁ କିପରୀ ବାର୍ତ୍ତା ବହନ କରିଛି ତା ସହିତ କବି ସମାଜର ହିତକୁ ଲକ୍ଷ୍ୟ ରଖି ସେ ଶଦ୍ଦ ଗୁଡିକ ସଂଯୋଗ କରିଛନ୍ତି ତା ଅତ୍ୟନ୍ତ ସରଳ ସୁନ୍ଦର ଏବଂ ସ୍ମୃତି ମଧୁର ହୋଇ ପାରିଛି ବୋଲି କହିଥିଲେ। ବିଶିଷ୍ଟ କବି ତଥା ପାଲା ଗାୟକ ଭାବଗ୍ରାହୀ ମହାନ୍ତ ‘ଅଳି’ ପୁସ୍ତରକ କବିତାର କିଛି ଗୀତକୁ ସ୍ୱର ସଂଯୋଜନା କରି ପରିବେଷଣ କରି ଉପସ୍ଥିତ ରହିଥିବା କବି, ସାହିତ୍ୟକ ତଥା ସମାଜସେବୀ ମାନଙ୍କୁ ଅଭିଭୁତ କରିପାରିଥିଲେ। ଏହି ‘ଅଳି’ ପୁସ୍ତକ ଉନ୍ମୋଚିତ ଉତ୍ସବରେ କବି, ଗାଳ୍ପିକ, ଭାଷାବିତ୍‍ , ଶିକ୍ଷାବିତ୍‍.ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିବା ଦେଖିବାକୁ ମିଳିଥିଲା।

Comments are closed.