ସଂକୀର୍ତ୍ତନ ମଣ୍ଡପ ନିର୍ମାଣ ପାଇଁ ଭୂମିପୂଜନ

ଝୁମ୍ପୁରା: ଝୁମ୍ପୁରା ବ୍ଲକ ଖୁଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ ମହାଦେବପୁର ଠାରେ ନୂତନ ସଂକୀର୍ତ୍ତନ ମଣ୍ଡପ ନିର୍ମାଣ କରିବା ପାଇଁ ମଙ୍ଗଳବାର ଦିନ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାଦେବପୁର ସଂକୀର୍ତ୍ତନ ମଣ୍ଡପ ଭୂମି ପୂଜନ କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଜଗନ୍ନାଥ ନାୟକ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ନାଏକ, ବିଡିଓ ବିଜୟ କୁମାର ନାୟକ, ବିଜୁ ଯୁବ ଜନତା ଦଳର ଝୁମ୍ପୁରା ବ୍ଲକ ଉପ ସଭାପତି ଟୁନା ବାରିକ, ବରିଷ୍ଠ ସଦସ୍ୟ ଅଭି ବାରିକ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ଗ୍ରାମବାସୀ ପକ୍ଷରୁ ପ୍ରତିବର୍ଷ ଗ୍ରାମର ସଂକୀର୍ତ୍ତନ କରୁଆସୁଛନ୍ତି କିନ୍ତୁ ସଂକୀର୍ତ୍ତନ ମଣ୍ଡପ ନଥିବାରୁ ଅନେକ ସମୟରେ ଗ୍ରାମବାସୀ ସଂକୀର୍ତ୍ତନ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହୋଇଥାନ୍ତି।

ଗ୍ରାମବାସୀ ପୂର୍ବରୁ ବାରମ୍ବାର ପ୍ରଶାସନ ଠାରୁ ଆରମ୍ଭ କରି ବିଧାୟକ ପାଖରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ସଂକୀର୍ତ୍ତନ ମଣ୍ଡପ ନିର୍ମାଣ ହୋଇପାରୁ ନଥିଲା। ବିଧାୟକ ଶ୍ରୀ ନାୟକ ନିର୍ବାଚନ ପ୍ରଚାର ସମୟରେ ଉକ୍ତ ଗ୍ରାମକୁ ଯାଇଥିବା ସମୟରେ ଗ୍ରାମବାସୀ ସଂକୀର୍ତ୍ତନ ମଣ୍ଡପ ନିର୍ମାଣ କରିବା ପାଇଁ ଦାବି କରିଥିଲେ। ବିଧାୟକ ଗ୍ରାମବାସୀଙ୍କ ଦାବିକୁ ଆଜି ପୂରଣ କରିଥିବାରୁ ଗ୍ରାମବାସୀ ଆନନ୍ଦିତ ହେବା ସହିତ ବିଧାୟକ ଶ୍ରୀ ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭୂମିପୂଜନ କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ମହିଳା ପୁରୁଷ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।

Comments are closed.