ଟୁକୁଡିହା ପଞ୍ଚାୟତରେ ମନରେଗାରେ ବ୍ୟାପକ ଅନିୟମିତା

ଝୁମ୍ପୁରା: ଝୁମ୍ପୁରା ବ୍ଲକର ଟୁକୁଡିହା ପଞ୍ଚାୟତରେ ଚାଲିଥିବା ମନରେଗା କାର୍ଯ୍ୟ କିପରୀ ଚାଲିଛି ତାର ସମୀକ୍ଷା କରିବା ପାଇଁ ଅମ୍ବାଡସ ମ୍ୟାନ ମଙ୍ଗଳବାର ଦିନ ଟୁକୁଡିହା ପଞ୍ଚାୟତ ଗ୍ରସ୍ଥ କରି ମନରେଗା ଯୋଜନାରୁ ହୋଇଥିବା କାର୍ଯ୍ୟଗୁଡିକର ସମୀକ୍ଷା କରିଥିଲେ। ଏହି ପଞ୍ଚାୟତରେ ହୋଇଥିବା ମନରେଗା କାମରେ ବ୍ୟାପକ ଅନିୟମିତା ହୋଇଥିବା ସମ୍ପର୍କରେ ପୂର୍ବରୁ ଏହି ପଞ୍ଚାୟତର କିଛି ବ୍ୟକ୍ତି ଅମ୍ବାଡସ ମ୍ୟାନ ପାଖରେ ଅଭିଯୋଗ କରିଥିଲେ। ଆମ୍ବୁଡ୍ସମ୍ୟାନ ବୃଷଭ ନାୟକ ଅଭିଯୋଗ ପାଇବାରେ ପରେ କାମଗୁଡିକର ଟିକିନିଖି ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଶ୍ରୀ ନାୟକ ଟୁକୁଡିହା ପଞ୍ଚାୟତର ବିଭିନ୍ନ ସ୍ଥାନରେ ହୋଇଥିବା ମନରେଗା କାର୍ଯ୍ୟ ଗୁଡିକ ବୁଲି ଦେଖିବା ସହିତ ମନରେଗା ଯୋଜନାରେ କାମ କରିଥିବା ଶ୍ରମିକମାନଙ୍କ ସହିତ ଏହି ଯୋଜନାରୁ ଠିକ୍‍ ଭାବରେ ପାରିଶ୍ରମିକ ମିଳୁଛି କି ନାହିଁ ବୋଲି ପଚାରୀ ବୁଝିଥିଲେ।

ଶ୍ରୀ ନାୟକଙ୍କ ପାଖରେ ଜବକାର୍ଡଧାରୀ ଶ୍ରମିକମାନେ ଅଭିଯୋଗ କରିଛନ୍ତି ମନରେଗା ଯୋଜନାରେ କାମ କରିବା ପରେ ମଧ୍ୟ ଶ୍ରମିକମାନଙ୍କୁ ପାଉଣା ପ୍ରଦାନ କରୁନାହାନ୍ତି ପଞ୍ଚାୟର ମନରେଗା କାର୍ଯ୍ୟତଦାରଖ କରୁଥିବା ଗ୍ରାମରୋଜଗାର ସେବକ। କାମ କରିଥିବା ଜବକାର୍ଡଧାରୀ ଶ୍ରମିକମାନେ ବାରମ୍ବାର ଗ୍ରାମ ରୋଜଗାର ସେବକ ପାଖକୁ ଯାଇ ତାଙ୍କ ପାରିଶ୍ରମିକ ଯୋଗାଇ ଦେବା ପାଇଁ ଗୁହାରୀ କରୁଥିଲେ ମଧ୍ୟ ଗ୍ରାମରୋଜଗାର ସେବକ ଶ୍ରମିକମାନଙ୍କ କଥାକୁ ଭୃକ୍ଷେପ କରୁନାହାନ୍ତି କିମ୍ବା ପାରିଶ୍ରମିକ ପ୍ରଦାନ କରୁନାହାନ୍ତି ବୋଲି ଅଧିକାରୀ ପାଖରେ ପ୍ରକାଶ କରିଥିଲେ। ଜିଆରଏସ୍‍ ଏବଂ ମେଟ ସଲାସୁତୁରା ହୋଇ କାର୍ଯ୍ୟ କରୁଥିବାରୁ ନିଜର ସମ୍ପକୀୟ ମାନଙ୍କ ଜବକାର୍ଡରେ ଟଙ୍କା ପକାଇ ବେଶ ମୁନାଫା ଉଠାଇ ଚାଲିଛନ୍ତି। ଟୁକୁଡିହା ପଞ୍ଚାୟତର ବିଭିନ୍ନ ଗ୍ରାମରେ ହୋଇଥିବା ମନରେଗା କାମଗୁଡିକ ସନ୍ତୋଷ ଜନକ ହୋଇନଥିବାରୁ ପ୍ରଶାସର ଏହି ଖାମଖିଆଲ ନୀତିକୁ ଶ୍ରୀ ନାୟକ ନାପସନ୍ଦ କରିଥିଲେ। ଏହି ପଞ୍ଚାୟତରେ କେଉଁ କେଉଁଠାରେ କାମ ଚାଲିଛି ବ୍ଲକ ପ୍ରଶାସନ ପାଖରେ ଠିକ୍‍ ଭାବରେ ଖବର ରହୁନାହିଁ। ଜିଆରଏସ୍‍ ଏବଂ ମେଟମାନେ ବ୍ଲକକୁ ଯାଇ ଅଧିକାରୀ ପାଖରେ ଗୋଟଏ ରାସ୍ତାକୁ ଦର୍ଶାଉଛନ୍ତି ଏବଂ ଅନ୍ୟ ସ୍ଥାନରେ କାମ କରୁଛନ୍ତି।

ଶ୍ରୀ ନାୟକ ଜିଆରଏସ୍‍ ନିର୍ମଳ ମହାନ୍ତଙ୍କୁ ଫାଇଲ ଗୋଟାଏ ସ୍ଥାନରେ ଖୋଲି ଅନ୍ୟସ୍ଥାନରେ କାହିଁକି କାମ କରୁଛ ବୋଲି ତାଗିଦ କରିଥଥିଲେ କିନ୍ତୁ ଜିଆରଏସ୍‍ ଅନ୍ୟରାସ୍ତାରେ କାମ ହେଉନାହିଁ ବୋଲି ଅଧିକାରୀଙ୍କୁ କହିଥିଲେ। ଗ୍ରାମବାସୀ ଉକ୍ତ କାମକୁ ଆସିଥିବା ଅଧିକାରୀ ଶ୍ରୀ ନାୟକଙ୍କୁ ଦେଖାଇବା ପରେ ଜିଆରଏସ ନିରବ ଦ୍ରଷ୍ଠା ସାଜିଥିଲେ। ଏହି ଠାରୁ ସହଜରେ ଅନୁମେୟ ହେଉଛି ଯେ ଏହି ପଞ୍ଚାୟତର ମେଟ, ଜିଆରଏସ୍‍, ଭିଆରପି ଜାଣିଶୁଣି ଅନ୍ୟାୟ କରିଚାଲିଛନ୍ତି। ସେହିପରି କାଉଁକଳା ଠାରୁ ବଳା ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ମନରେଗା ଯୋଜନାରେ ସାମିଲ କରିଛନ୍ତି ଏହି ରାସ୍ତା କାମରେ କିଛି ଶ୍ରମିକ ମାନେ ପାରିଶ୍ରମିକ ମଧ୍ୟ ପାଇଛନ୍ତି ଆଉ କିଛି ଶ୍ରମିକ ତାଙ୍କର ପ୍ରାପ୍ୟ ପାଇ ନାହାନ୍ତି। ରାସ୍ତା କାମ ଚାଲିବାର ୬ ମାସ ବିତିଲା ହେଲେ ଆଜି ପର୍ଯ୍ୟନ୍ତ ସୂଚନା ଫଳକ ନିର୍ମାଣ ହୋଇପାରିଲା ନାହିଁ। ସରକାରଙ୍କ ସବୁ ନୀତି ନିୟମକୁ ଅମାନ୍ୟ କରି କିପରୀ ବ୍ଲକ ପ୍ରଶାସନ କାମ ଗୁଡିକର ବିଲ ମଞ୍ଜୁର କରୁଛନ୍ତି ବୋଲି ଏଠାରେ ପ୍ରଶ୍ନ ଉଠୁଛି। ଟୁକୁଡିହା ପଞ୍ଚାୟତରେ ମନରୋଗା ଯୋଜନାରେ ହୋଇଥିବା ଅନିୟମିତତା ଉପରେ ଜିଲାପ୍ରଶାସନ ବିଧିବୋଧ ତଦନ୍ତ କରିବା ସହିତ ଜିଆରଏସ୍‍, ଭିଆରପି ଓ ମେଟଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଜବକାର୍ଡଧାରୀ ଶ୍ରମିକ ମାନଙ୍କ ତରଫରୁ ମତପ୍ରକାଶ ପାଉଛି।

Comments are closed.