ଚୋରୀ ଡିଜେଲ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ଥ

ଝୁମ୍ପୁରା: ଝୁମ୍ପୁରା ବ୍ଲକ ବାରିଆ ଥାନା ଅନ୍ତର୍ଗତ ଚିତ୍ରପୁର ନିକଟରେ ଏକ ଗାଡି ଦୁର୍ଘଟଣା ଗ୍ରସ୍ଥ ହୋଇଥିଲେ ମଧ୍ୟ ଗାଡିରେ ବସିଥିବା ବ୍ୟକ୍ତି ମାନଙ୍କର କାହାରୀ କିଛି ହୋଇନଥିବା ଜଣାଯାଇଛି। ବଡବିଲ ଅଞ୍ଚଳର ଦୁଇଟି ବଲୋର ଗାଡି ପ୍ରତି ଦିନ ଝୁମ୍ପୁରା, ଅର୍ଶଳା, ବାଲିବନ୍ଧ, ଟାଙ୍ଗରାଣୀ, ସ୍ୱଞ୍ଜ ଛକ ଉପରେ ରାତିରେ ଛିଡା ହୋଇଥିବା ଗାଡି ଗୁଡିକରୁ ଡିଜେଲ ଚୋରୀ କରିଥାନ୍ତି। ସୋମବାର ରାତିରେ ଉକ୍ତ ବଲୋର ଗାଡି ଦୁଇଟି ସ୍ୱଞ୍ଜ ଛକ ଏବଂ ଝୁମ୍ପୁରା ବାଇପାସ ରାସ୍ତା ଉପରେ ଛିଡା ହୋଇଥିବା ଗାଡି ଗୁଡିକରୁ ଡିଜେଲ ଚୋରୀ କରିଥିଲେ। ଡିଜେଲ ଚୋରୀ କରୁଥିବା ସମୟରେ ଗାଡି ଚାଲାକମାନେ ଜାଣି ପାରି ପାଟି କରିବାରୁ ଗାଡି ଦୁଇଟି ଦ୍ରୁତ ଗତିରେ ସେଠାରୁ ବାରିଆ ଥାନା ଦେଇ ଯାଇଥିବା ବାଉଁଶୂଳି -ସାତକୁଟୁଣିଆଁ ଦେଇ ଯାଉଥିଲା। ବାରିଆ ପୁଲିସ ଭୋର ସମୟରେ ପରିଭ୍ରମଣ କରୁଥିଲା।

ଡିଜେଲ ଚୋରୀ କରିଥିବା ଗାଡି ଗୁଡିକ ପୁଲିସ ଗାଡିକୁ ଦେଖି ଦ୍ରୁତ ଗତିରେ ଚାଲିଯାଉଥିଲା। ପୁଲିସ ଗାଡି ଚୋରା ଡିଜେଲ ନେଇ ଯାଉଥିବା ଗାଡି ଗୁଡିକର ପିଛା କରିଥିଲା ପୁଲିସ ଗାଡିକୁ ଦେଖି ଦ୍ରୁତ ଗତିରେ ଯାଉଥିବା ବଲୋର ଗାଡିଟି ଚିତ୍ରପୁର ନିକଟ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡିବା ପରେ ଗାଡିରେ ବସିଥିବା ଚୋରମାନେ ଗାଡିକୁ ଛାଡି ସେଠାରୁ ଫେରାର ହୋଇଯିବାକୁ ସକ୍ଷମ ହୋଇଛନ୍ତି। ବାରିଆ ଥାନାର ଏସ୍‍ ଆଇ ବିରଞ୍ଚି ନାରାୟଣ ବାଗ ଏବଂ ଏ ଏସ୍‍ ଆଇ ବିଦ୍ୟାଧର ବେହେରା ଦୁର୍ଘଟଣା ଗ୍ରସ୍ଥ ଗାଡି ସହିତ ଅନ୍ୟ ଏକ ଗାଡିକୁ ଜବତ କରିବା ସହିତ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଛନ୍ତି।

Comments are closed.