ରୂପାନ୍ତରୀ କରଣ ପରେ ଝଟକୁଛି ଧବଳେଶ୍ୱର ସ୍କୁଲ

ଝୁମ୍ପୁରା: ସଂପ୍ରତି ସରକାର ଅଧିକ ପିଲା ଶିକ୍ଷାଗ୍ରହଣ କରୁଥିବା ସ୍କୁଲ ଗୁଡିକୁ ଚିହ୍ନଟ କରି ସେହି ସ୍କୁଲ ଗୁଡିକୁ ୫-ଟି ସ୍କୁଲରେ ସାମିଲ କରି ସ୍କୁଲ ଗୁଡିକର ନବୀକରଣ କରିଚାଲିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଝୁମ୍ପୁରା ବ୍ଲକର ୯ଟି ବିଦ୍ୟାଳୟକୁ ବିଭାଗ ସାମିଲ କରି ବର୍ତ୍ତମାନ କାର୍ଯ୍ୟଚାଲୁ ରହିଛି। ସରକାର ଏହି ସ୍କୁଲ ଗୁଡିକୁ ସ୍ମାର୍ଟ ସ୍କୁଲ କରିବା ସହିତ ପିଲା ମାନଙ୍କୁ ଉନ୍ନତ ମାନର ଶିକ୍ଷାଦାନ କରିବାର ବ୍ୟବସ୍ଥା କରିଛନ୍ତି। ଝୁମ୍ପୁରା ବ୍ଲକର କଳିଙ୍ଗାଠାରେ ରହିଥିବା ଧବଳେଶ୍ୱର ସ୍କୁଲକୁ ବିଭାଗ ୫ଟି ସ୍କୁଲରେ ସାମିଲ କରିଛନ୍ତି। ଗାନ୍ଧି ଜୟନ୍ତ୍ରୀ ଅବସରରେ ଏହି ସ୍କୁଲକୁ ଉଦଘାଟନ କରିବା ପାଇଁ ପ୍ରଶାସନ ସ୍ଥିର କରିଥିଲା କିନ୍ତୁ ଲଘୁଚାପ ବର୍ଷା ଲାଗି ରହିବାରୁ କାର୍ଯ୍ୟ ଗୁଡିକ ଠିକ୍‍ ସମୟରେ ଶେଷ ହେବାର ଅନିଶ୍ଚିତା ଦେଖା ଦେଇଥିବାରୁ ବିଭାଗ ପକ୍ଷରୁ ଏହାକୁ ଆଉ କିଛି ଦିନ ପର୍ଯ୍ୟନ୍ତ ଘୂଞ୍ଚାଇ ଦେଇଛନ୍ତି। ଧବଳେଶ୍ୱର ସ୍କୁଲ ରୂପାନ୍ତରୀ କରଣ ହେବା ପରେ ଏବେ ଶିକ୍ଷକ ମାନଙ୍କ ଠାରୁ ଆରମ୍ଭ କରି ଛାତ୍ର ଛାତ୍ରୀ ତଥା ଅଭିଭାବକ ମାନେ ସ୍କୁଲର ନବକଳେବର ଦେଖି ବିଦ୍ୟାଳୟରେ ନିଜ ନିଜ ପିଲା ମାନଙ୍କ ନାମ ଧବଳେଶ୍ୱର ବିଦ୍ୟାଳୟରେ ଲେଖାଇବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟର ସମସ୍ତ ଶ୍ରେଣୀ ଗୃହକୁ ନୂତନ ଭାବରେ ସଜାଇବା ସହିତ ସ୍କୁଲ ପରିସର ମଧ୍ୟରେ କ୍ରୀଡା ବିକାଶ ନିମନ୍ତେ ଖେଳିବା ପାଇଁ ସ୍ୱତନ୍ତ ପଡିଆର ବ୍ୟବସ୍ଥା ହୋଇଛି, ବିଜ୍ଞାନ ଗୃହ ନିର୍ମାଣ ହୋଇଛି, ସଭାସ୍ଥଳ ତା ସହିତ ବିଦ୍ୟାଳୟକୁ ଶିକ୍ଷା ଗ୍ରହଣ କରିବାକୁ ଆସୁଥିବା ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ, ଶିକ୍ଷଣୀୟ ଛବି କାନ୍ଥରେ ନିର୍ମାଣ ହେବା ସହିତ ପରିବେଶକୁ କିପରି ସ୍ୱଚ୍ଛ ରଖାଯିବ, ବିଶୁଦ୍ଧ ପାନୀୟ ଜଳ, ଉନ୍ନତ ମାନର ଶୌଚାଳୟ ନିର୍ମାଣ ହୋଇଥିବା ଦେଖିବାକୁ ମିଳିଛି। ସରକାର ସ୍କୁଲର ସୌନ୍ଦର୍ଯ୍ୟ କରଣ କରିବା ସହିତ ପ୍ରଜେକ୍ଟର ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦାର ବ୍ୟବସ୍ଥା କରିଛନ୍ତି।

 

ସେହିପରି ସ୍କୁଲ ପରିବେଶକୁ ଅଧିକ ଆକର୍ଷତ କରିବା ପାଇଁ ସ୍କୁଲ ପରିସର ମଧ୍ୟରେ ଜାତି ଜାତିର ଫୁଲ ଗଛ, ସୁନ୍ଦରତା ବଢାଇବା ପାଇଁ ସୋ ଗଛ ଲାଗିଥିବା ଦେଖିବାକୁ ମିଳିଛି। ସ୍କୁଲ ରୂପାନ୍ତରୀ କରଣ ଚାଲିଥିବା ସମୟରେ ବ୍ଲକ ପ୍ରଶାସନର ଅଧିକାରୀ ଠାରୁ ଆରମ୍ଭ କରି ଅନ୍ୟ ଅଧିକାରୀ ତଥା ଲୋକ ପ୍ରତିନିଧି ମାନେ ବିଦ୍ୟାଳୟକୁ ଗ୍ରସ୍ଥ କରି ବିଦ୍ୟାଳୟ ସର୍ବାଙ୍ଗିନ ସୁନ୍ଦର କିପରୀ ହୋଇ ପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦେଇ କାର୍ଯ୍ୟକରୁଥିବା ଦେଖିବାକୁ ମିଳିଛି। ଏହି ସ୍କୁଲ ପରିସର ମଧ୍ୟରେ ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ କିପରୀ ସଠିକ ଭାବରେ ଶିକ୍ଷାଦାନ କରି ପାରିବେ ତାର ସମସ୍ତ ବ୍ୟବସ୍ଥା ରୂପାନ୍ତରୀ କରଣ କରିବା ସମୟରେ ବିଭାଗୀୟ ଅଧିକାରୀ ମାନେ କରିଥିବା ଦେଖିବାକୁ ମିଳିଛି। ଧବଳେଶ୍ୱର ସ୍କୁଲ ରୂପାନ୍ତରୀ କରଣ ହେବା ପରେ ସ୍କୁଲର ସୌନ୍ଦର୍ଯ୍ୟ ବଢିବା ସହିତ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ପିଲା ମାନଙ୍କୁ ଗଣାତ୍ମକ ଶିକ୍ଷାଦାନ କରିବାର ଆରମ୍ଭ କରିଥିବା ଦେଖିବାକୁ ମିଳିଛି।

Comments are closed.