ସିମେଣ୍ଟ ମାନ ଯାଞ୍ଚ ଯନ୍ତ୍ରର ଶୁଭାରମ୍ଭ

ଝୁମ୍ପୁରା: ଡାଲମିଆଁ ସିମେଣ୍ଟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସିମେଣ୍ଟର ମାନ ଯାଞ୍ଚ କରୁଥିବା ଯନ୍ତ୍ରର ଶୁଭାରମ୍ଭ ଝୁମ୍ପୁରା ଠାରେ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁରହିଛି। ଉନ୍ନୟନ କାର୍ଯ୍ୟରେ ଲାଗୁଥିବା ସିମେଣ୍ଟର ଅନୁପାତ କାର୍ଯ୍ୟ କରୁଥିବା ଯନ୍ତ୍ରୀ ବା ଠିକାଦାରମାନେ ଠିକ୍‍ ଭାବରେ ପକାଇ କାମ କରୁଛନ୍ତି ନା ନାହିଁ ଏହି ଯନ୍ତ୍ର ସାହାଯ୍ୟରେ ତାହାର ମାନ ନିର୍ଦ୍ଧାରିତ ହୋଇପାରିବ। ପୋଲ କାମ ପାଇଁ ସିମଣ୍ଟେର ଅନୁପାତ କେତେ ରହିବ, ରାସ୍ତା କାମ ପାଇଁ, ଘର କାମ ପାଇଁ ସିମେଣ୍ଟର ଅନୁପାତ କିପରି ରହିବ ଏହି ଯନ୍ତ୍ର ସାହାଯ୍ୟରେ ଜାଣି ହେବ। ତା ସହିତ ଘର ଗୁଡିକରେ ଲାଗୁଥିବା ଇଟାଗୁଡିକର ମାନ ମଧ୍ୟ କିପରି ରହିଛି ଏହି ଯନ୍ତ୍ର ସାହାଯ୍ୟରେ ଜାଣି ହେବ ବୋଲି କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି।

ଝୁମ୍ପୁରାର ଶ୍ରୀଗଣେଶ ସିମେଣ୍ଟ ଡିଲର ରଞ୍ଜନ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତ୍ୱତ୍ତାବଧାନରେ ଅନୁଷ୍ଠିତ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ୟୁନିଟ ମୁଖ୍ୟ ମାନସ ଦାସ, ଆଞ୍ଚଳିକ ସେଲ ଅଧିକାରୀ ହେମାନନ୍ଦ ମହାନ୍ତି, ଇଂ ଅଶ୍ୱନୀ କୁମାର ସେଠିଙ୍କ ସମେତ ଡାଲମିଆ ସିମେଣ୍ଟ କର୍ତ୍ତୃପକ୍ଷଙ୍କ ଅନ୍ୟ ଅଧିକାରୀମାନେ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

Comments are closed.