ଅସହାୟ ସ୍ଥିତିରେ ଝୁଲୋପାଲି ଦିବ୍ୟାଙ୍ଗ ପରିବାର

ବରପାଲି : ବରପାଲି ବ୍ଲକ ବନ୍ଧପାଲି ପଞ୍ଚାୟତ ଝୁଲୋପାଲି ଦୟାନଧି ମେହେର ଓ ତାଙ୍କ ପରିବାର ବହୁ ଦିନରୁ ସରକାରୀ ସହଯୋଗରୁ ବହୁ ଦୁରରେ ରହିବା ସହ ସମସ୍ତ ସୁଯୋଗରୁ ବଂଚୁତ ରହିଥିବା ଦେଖାଯାଉଛି। ଗାଁର ଦୟାନିଧି ମେହେର ଓ ପତ୍ନି ବିନୋଦିନୀ ମେହେର ଏବଂ ତାଙ୍କର ଦୁଇଟି ଝିଅଙ୍କୁ ନେଇ ଏକ ଦରଭଙ୍ଗା ଅର୍ଦ୍ଧ ନିର୍ମିତ ଜାହିତାହି ଭାବରେ ରହୁଛନ୍ତି। ବଡ଼ଝିଅ ଦେବକୀ ମେହେର ବୟଷ ୩୫ବର୍ଷ ହୋଇଥିଲେ ସୁଦ୍ଧା ସାତ ବର୍ଷ ଛୁଆଙ୍କ ପରି ବ୍ୟବହାର କରିଥାଏ। ଶାରୀରିକ ଓ ମାନସିକ ସ୍ତରରେ ଅସୁସ୍ଥ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ସରକାରଙ୍କ କୌଣସି ସହାୟତା ସୁବିଧା ତାଙ୍କ ଭାଗ୍ୟରେ ମିଳିପାରିନାହିଁ। ତାଙ୍କର ମାନସିକ ଅସୁସ୍ଥ ହୋଇଥିବା ବେଳେ ନିଜ ଶାରୀରିକ ଦୁର୍ଦଶା ସମ୍ପର୍କରେ ମଧ୍ୟ ସଠିକ ଭାବରେ ଅଭିଭାବକ ମାନଙ୍କୁ ଜଣାଇ ପାରେନାହିଁ। ଶରୀରର ଦୁର୍ବଳତା ଯୋଗୁ ଭଲ ଭାବରେ ଚଲାବୁଲା ମଧ୍ୟ ତାଙ୍କ ପାଇଁ କଷ୍ଟକର ବ୍ୟପାର ସାଜିଛି। ଦାୟାନିଧି ବହୁ ଦିନରୁ ୬୦ ବର୍ଷ ଅତିକ୍ରମ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାଙ୍କର କିମ୍ବା ତାଙ୍କ ଦିବ୍ୟାଙ୍ଗ ଝିଅ ନାଁରେ ମାସିକ ଭତ୍ତା ସହାୟତା ମିଳିପାରିନାହିଁ। ନିତ୍ୟ ବ୍ୟବହାର୍ଯ୍ୟ ହେଉଥିବା ଖାଦ୍ୟ ସାମଗ୍ରୀ ରେସନକାର୍ଡ ଓ ଆବାସଗୃହ ସହ ଭିନ୍ନକ୍ଷମ ଝିଅର ସହାୟତା ପାଇଁ ପୁର୍ବରୁ ବହୁବାର ବ୍ଲକ କାର୍ଯ୍ୟଳୟ ସହିତ ବନ୍ଧପାଲି ପଞ୍ଚାୟତ ବାଲାଙ୍କୁ ବହୁବାର ଗୁହାରୀ ଜଣାଇଥିଲେ ସୁଦ୍ଧା କୌଣସି ସୁବିଧା ମିଳ ପାରିଲାନାହିଁ। ସରକାର ନିରିହ ଓ ଅସହାୟମାନଙ୍କ ସହଯୋଗ ସହ ବିକାଶ ଦିଗରେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି ହେଲେ ଉଚିତ ପରିବାର ସହାୟତାରୁ ବହୁ ଦୂରରେ ରହିଯାଉଥିବା ବରପାଲି ବ୍ଲକର ଅନେକ ପଞ୍ଚାୟତରେ ଦେଖିବାକୁ ମିଳୁଛି। ସ୍ଥାନୀୟ ସ୍ୱାଭିମାନ ମଞ୍ଚ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ଅସହାୟ ପରିବାରର ସହାୟ ହେବାକୁ ନିବେଦନ ଜଣାଇଛି।

Comments are closed.