ଅଭିନେତ୍ରୀ ବୋହୁ ଝିଲିକ୍‌ଙ୍କୁ ଓଡ଼ିଆ ବର୍ଣ୍ଣବୋଧ ପଢ଼ାଇଲେ ରାଜନେତା ଶ୍ବଶୁର ପ୍ରଫୁଲ୍ଲ ଘଡ଼େଇ

ଭୁବନେଶ୍ୱର: ନିକଟରେ ଅଭିନେତ୍ରୀ ଝିଲିକ୍‌ ଓଡ଼ିଆ ଭାଷା ଶିଖିବା ଆରମ୍ଭ କରିଛନ୍ତି। ଅଭିନେତ୍ରୀ ବୋହୁ ଝିଲିକ୍‌ଙ୍କୁ ବର୍ଣ୍ଣବୋଧ ଓଡ଼ିଆ ବର୍ଣ୍ଣବୋଧ ପଢ଼ାଇଲେ ରାଜନେତା ଶ୍ବଶୁର ପ୍ରଫୁଲ୍ଲ ଘଡ଼େଇ। ବୋହୁ ଝିଲିକ୍‌ଙ୍କୁ ଶ୍ବଶୁର ପ୍ରଫୁଲ୍ଲ ଘଇେ ଓଡ଼ିଆ ପଢ଼ାଇବା ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି।
ଓଲିଉଡ୍‌ ଫିଲ୍ମର ଚୁଲ୍‌ବୁଲି ବଙ୍ଗୀୟ ନାୟିକା ଝିଲିକ୍‌ ଭଟ୍ଟାଚାର୍ଯ୍ୟ ଓଡ଼ିଆ ଚଳଚ୍ଚିତ୍ରରେ ଦମ୍‌ଦାର ଅଭିନୟ କରି ଦର୍ଶକଙ୍କ ମନମୋହି ନେଇଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ପ୍ରଭାବ ଜାରି ରଖିଥିବା ଝିଲିକ୍‌ ୨୦୨୦ ମାର୍ଚ୍ଚ ୧୧ରେ ବିଶିଷ୍ଟ ରାଜନେତା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ପ୍ରୀତୀରଞ୍ଜନ ଘଡ଼େଇଙ୍କୁ ବିବାହ କରି ଓଡ଼ିଆ ଘରର ବୋହୁ ହୋଇଥିଲେ। ଓଡ଼ିଆ ଫିଲ୍ମରେ ଓଡ଼ିଆ ଭାଷା କହି ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଝିଲିକ୍‌ ଓଡ଼ିଆ ଘରର ବୋହୁ ହେବା ପରେ ଓଡ଼ିଆ ଭାଷା ଶିଖିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଓଡ଼ିଆ ଭାଷା କହିବା ଓ ଲେଖିବା ପାଇଁ ରୁଚି ରଖିଛନ୍ତି। ଅଭିନେତ୍ରୀ ବୋହୁ ଝିଲିକ୍‌ଙ୍କ ଓଡ଼ିଆ ଭାଷା ଶିଖିବା ଓ ​‌େ​‌ଲଖିବା ଆଗ୍ରହ ଦେଖି ରାଜନେତା ଶ୍ବଶୁର ପ୍ରଫୁଲ୍ଲ ଘଡ଼େଇ ତାଙ୍କର ଗୁରୁ ସାଜିଛନ୍ତି। ଏବେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ତାଙ୍କ ବୋହୁ ତଥା ଅଭିନେତ୍ରୀ ଝିଲିକ୍‍ଙ୍କୁ ପାଠ ପଢ଼ାଉଛନ୍ତି। ବଙ୍ଗାଳି ଝିଅ ଝିଲିକ୍‍ ଭଟ୍ଟାଚାର୍ଯ୍ୟ ଠିକ୍‍ ଭାବେ ଓଡ଼ିଆ କହିପାରନ୍ତିନି ବୋଲି ପ୍ରଫୁଲ୍ଲ ଘଡ଼େଇ ତାଙ୍କୁ ଛବିଳ ମଧୁ ବର୍ଣ୍ଣବୋଧ ବହି ଧରି ଅକ୍ଷର ଶିଖାଉଛନ୍ତି। ଗୋଟିଏ ବର୍ଣ୍ଣବୋଧ ବହି ଧରି ପ୍ରଫୁଲ୍ଲ ଘଡ଼େଇ ବୋହୁ ଝିଲିକ୍‍ଙ୍କୁ ପଢ଼ାଉଛନ୍ତି। ଆଉ ଏହାର ଏକ ଫଟୋ ଝିଲିକ୍‍ ନିଜେ ସୋସିଆଲ୍‍ ମିଡ଼ିଆରେ ଶେୟାର୍‍ କରିଛନ୍ତି। ଫଟୋ ଶେୟାର୍‍ କରି ଶ୍ବଶୁର ପ୍ରଫୁଲ୍ଲ ଘଡ଼େଇଙ୍କୁ ଜଣେ ସବୁଠୁ ଭଲ ଶ୍ୱଶୁର ବୋଲି ଝିଲିକ୍‌ ଲେଖିଛନ୍ତି।
ଗତ କିଛି ଦିନ ହେବ ଝିଲିକ୍‍ ଓଡ଼ିଆ ଶିଖିବା ଆରମ୍ଭ କରିଛନ୍ତି। ଦୀର୍ଘଦିନ ଧରି ସେ ଓଡ଼ିଉଲ୍‍ ଫିଲ୍ମରେ କାମ କରିଛନ୍ତି। ତେବେ ଓଡ଼ିଆ ଘରର ବୋହୁ ହେବା ପରେ ସେ ଓଡ଼ିଆ ଶିଖିବାକୁ ଆଉ ଟିକେ ଗୁରୁତ୍ୱ ଦେଇଛନ୍ତି। ଆଉ ତାଙ୍କୁ ଓଡ଼ିଆ ଶିଖାଇା ପାଇଁ ଶ୍ୱଶୁର ପ୍ରଫୁଲ୍ଲ ଘଡ଼େଇ ଗୁରୁ ସାଜିଛନ୍ତି। ୨୦୨୦ ମାର୍ଚ୍ଚ ୧୧ ତାରିଖରେ ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତୀରଞ୍ଜନ ଘଡ଼େଇଙ୍କୁ ବିବାହ କରିଥିଲେ ଝିଲିକ୍‌।


ସାତପଡ଼ାସ୍ଥିତ ସ୍ବସ୍ତି ହୋଟେଲ୍‌ରେ ଦୁହିଁଙ୍କ ବିବାହ ହୋଇଥିଲା। ଏଥିରେ ଉଭୟ ପରିବାରର ସଦସ୍ୟ ସହିତ ଅଳ୍ପକିଛି ଅତିଘନିଷ୍ଠ ବନ୍ଧୁବାନ୍ଧବ ଉପସ୍ଥିତ ରହିଥିଲେ।
ମୃତ୍ୟଞ୍ଜୟ ଭଟ୍ଟାଚାର୍ଯ୍ୟ ଓ ସୁମନା ଭଟ୍ଟାଚାର୍ଯ୍ୟଙ୍କ ଝିଅ ଝିଲିକ୍‌ ଇଂରାଜୀ ଅନର୍ସ ନେଇ ଗ୍ରାଜୁଏସନ୍‌ କରିଛନ୍ତି। ସିଆମକ୍‌ ଡାଭର୍‌ ଡ୍ୟାନ୍‌ସିଂ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଭାରତ ନାଟ୍ୟମ୍‌(ୱେଷ୍ଟର୍ଣ୍ଣ)ରେ ମାଷ୍ଟର ଡିଗ୍ରୀ କରିଛନ୍ତି।
ଝିଲିକ୍‌ ଉଭୟ ଓଡ଼ିଆ ଓ ବଙ୍ଗାଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଟାର୍ଗେଟ୍‌, ଆଖିରେ ଆଖିରେ, ଲେଖୁ ଲେଖୁ ଲେଖି ଦେଲି, ଜଗା ହାତରେ ପଘା, ଲଭ୍‌ ୟୁ ହମେଶା, ସୁପର୍‌ ମିଛୁଆ, ଅଗସ୍ତ୍ୟା, ଜବରଦସ୍ତ ପ୍ରେମିକ, ତମକୁ ଦେଖିଲା ପରେ, ଓଲେ ଓଲେ ବୋଲେ ଆଦି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେହିପରି ଏନ୍‌କାଉଣ୍ଟର, କ୍ଲାସ୍‌ମେଟ୍, ଆମର୍‌ ଆମି, ନିଲୋହିଟ୍‌, ଆମି ସୁଦ୍ଧୁ ତୋର୍‌ ହୋଲାମ୍‌ ଆଦି ବଙ୍ଗାଳି ଚଳଚ୍ଚିତ୍ରରେ ଝିଲିକ୍‌ ଅଭିନୟ କରିଛନ୍ତି।

Comments are closed.