ଆସନ୍ତା ୨୧ରେ ଝାରସୁଗୁଡା ବିମାନ ବନ୍ଦର ଉଦଘାଟନ

0

ଝାରସୁଗୁଡା: ଅଗଷ୍ଟ ୨୧ତାରିଖରେ ଓଡିଶାର ଦ୍ୱିତୀୟ ବିମାନ ବନ୍ଦର ଭାବେ ଝାରସୁଗୁଡା ବିମାନ ବନ୍ଦର ଉଦଘାଟନ ହେବାକୁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ଏକ ଚିଠି ଆସିଥିବା ବିମାନବନ୍ଦର ନିର୍ଦେଶକ ଏସ.କେ. ଚୌହାନ ସୂଚନା ଦେଇଛନ୍ତି। ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର ଚର୍ଚ୍ଚା ଜୋର ଧରିଥିବା ବେଳେ କିଏ ଏ ଉତ୍ସବରେ ଯୋଗ ଦେବେ ତାହା ନେଇ ଚୌହାନଙ୍କ ପାଖକୁ କୌଣସି ଚିଠି ଆସି ନଥିବା ଜଣାଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ୩୧ ତାରିଖରେ ଝାରସୁଗୁଡା ବିମାନବନ୍ଦରକୁ ବେସାମରିକ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ୪ସି ବର୍ଗର ଲାଇସେନ୍ସ ପ୍ରଦାନ କରାଯାଇଛି। ଏଠାରେ ୩୨୦ ଏୟାର ବସ ଚଳାଚଳ ସେବା ଉପଲବ୍ଧ ହେବ।

Leave A Reply