କର୍ତ୍ତବ୍ୟରେ ଅବହେଳା ; ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ନିଲମ୍ବନ

ଝାରସୁଗୁଡ଼ା : ବିଶୃଙ୍ଖଳିତ ଆଚରଣ ଓ କର୍ତ୍ତବ୍ୟରେ  ଅବହେଳା ପାଇଁ  କିର୍ମିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବାଗଡ଼ିହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଶାନ୍ତନୁ ଜୟପୁରିଆଙ୍କୁ ନିଲମ୍ବନ କରାଯାଇଛି । ଝାରସୁଗୁଡ଼ା ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ , ଝାରସୁଗୁଡ଼ା ଆଦେଶ ସଂଖ୍ୟା ୫୮୨୭/ ତାରିଖ-୨୩/୦୬/୨୦୨୦ ମୂଳେ ଜୟପୁରିଆଙ୍କୁ ନିଲମ୍ବନ କରିଛନ୍ତି।  ବ୍ରଜରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜୟପୁରିଆଙ୍କ ହେଡକ୍ବାଟର ଭାବେ ସ୍ଥିର କରାଯାଇଥିବା ବେଳେ ତାଙ୍କୁ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକଙ୍କ ନିକଟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ, ତାଙ୍କୁ ନିଜର ସମସ୍ତ ଦାୟିତ୍ୱ ବାଗଡ଼ିହି ସ୍ୱାସ୍ଥ୍ୟ ଉପ କେନ୍ଦ୍ରର ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ସତୀଶ କୁମାର ପୂଜାରୀଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

 

Comments are closed.