କରୋନା ସଂକ୍ରମଣ ରୋକିବାକୁ ଝାରସୁଗୁଡ଼ା ବ୍ୟବସାୟୀ ସଂଘର ପଦକ୍ଷେପ; ସକାଳ ୭ଟାରୁ ୧୨ଟା ଯାଏଁ ବଜାର ଖୋଲା

ଝାରସୁଗୁଡ଼ା : ଦିନକୁ ଦିନ ଅଣାୟତ ହେଉଥିବା କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଝାରସୁଗୁଡ଼ା ବ୍ୟବସାୟୀ ସଂଘ ପକ୍ଷରୁ ପଦକ୍ଷେପ ନିଆଯାଇଛି। ବ୍ୟବସାୟୀ ସଂଘ ପକ୍ଷରୁ ଆସନ୍ତା ୨୬ତାରିଖ(ଶନିବାର)ରୁ ଅକ୍ଟୋବର ୦୨ତାରିଖ(ଶନିବାର) ଏକ ସପ୍ତାହ ପର୍ଯ୍ୟନ୍ତ ବଜାରକୁ ସଟ୍ଡ଼ାଉନ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ମାତ୍ର ଜରୁରୀ ସାମଗ୍ରୀ ଦୋକାନକୁ ସକାଳ ୭ଟାରୁ ଦିନ ୧୨ଟା ଯାଏଁ ଖୋଲା ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

Comments are closed.