ଟ୍ରଲର ଧକ୍କାରେ ବାଇକ ଆରୋହୀ ମୃତ

ବ୍ରଜରାଜନଗର: ୪୯ ନମ୍ବର ଜାତୀୟ ରାଜପଥ ଗାନ୍ଧି ଛକ ନିକଟରେ ଆଜି ସକାଳେ ଟ୍ରଲର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ସନ୍ଦୀପ ସିଂ (୩୮)। ସେ ଏକ ପେଟ୍ରୋଲ ପମ୍ପ କର୍ମଚାରୀ ଓ ଝାରସୁଗୁଡା ହାଉସିଂ କଲୋନୀରେ ରହୁଥିଲେ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ସେପଟେ ଟ୍ରଲରଟି ଦୁର୍ଘଟଣା ଘଟାଇବା ପରେ ଫେରାର ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ, ସନ୍ଦୀପ ଆଜି ସକାଳ ପ୍ରାୟ ୯ଟା ସମୟରେ ଡ୍ୟୁଟି ସାରି ନିଜ ବାଇକରେ ଗାନ୍ଧିଛକରୁ ନିଜ ଘର ଝାରସୁଗୁଡ଼ାକୁ ଫେରୁଥିବା ସମୟରେ ତାଙ୍କୁ ପଛ ପଟୁ ଏକ ଟ୍ରଲର ଧକ୍କା ଦେଇ ଫେରାର ହୋଇଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରୀୟ ଚିକିତ୍ସାଳୟ ମଣ୍ଡଳିଆକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଗାନ୍ଧିଛକ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଜାରି ରଖିଥିବା ଫାଣ୍ଡି ଅଧିକାରୀ ଶଶୀଭୂଷଣ ପୋଢ଼ ଏହି ସୂଚନା ଦେଇଛନ୍ତି।

Comments are closed.