ଜାତିସଂଘ ମୁଖ୍ୟାଳୟରେ ସିଧା ପ୍ରସାରଣ ହେବ ‘ମନ୍‌ କି ବାତ୍‌’ର ଶତକ ସଂସ୍କରଣ

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୧୦୦ତମ ବା ଶତକ ସଂସ୍କରଣ ୩୦ତାରିଖ, ରବିବାର ଜାତିସଂଘ ମୁଖ୍ୟାଳୟରେ ସିଧା ପ୍ରସାରଣ ହେବ। ଜାତିସଂଘ ମୁଖ୍ୟାଳୟରେ ଥିବା ଭାରତର ସ୍ଥାୟୀ ମିଶନ କାର୍ଯ୍ୟାଳୟ ‘ଟ୍ରଷ୍ଟିସିପ୍‌ କାଉନ୍‌ସିଲ ଚାମ୍ବର’ରେ ଏହାର ସିଧା ପ୍ରସାରଣ କରାଯିବ। ଭାରତରେ ପୂର୍ବାହ୍ଣ ୧୧ଟାରେ ଏହା ପ୍ରସାରଣ ହେବ। ଭାରତୀୟ ସମୟ ଅନୁସାରେ ନ୍ୟୁୟର୍କରେ ଏହା ରାତି ୧ଟା ୩୦ (ରବିବାର) ହୋଇଥିବ। ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ନ୍ୟୁୟର୍କ ଓ ନ୍ୟୁ ଜର୍ସିର ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଏଥିନେଇ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ନ୍ୟୁ ଜର୍ସିରେ ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସୂଚନାଯୋଗ୍ୟ ଯେ ୨୦୧୪ ଅକ୍ଟୋବର ୩ରୁ ପ୍ରଧାନମନ୍ତ୍ରୀଙ୍କର ଏହି ୩୦ମିନିଟ୍‌ର କାର୍ଯ୍ୟକ୍ରମ କ୍ରମାଗତ ଭାବେ ପ୍ରତି ମାସର ଶେଷ ରବିବାର ସକାଳ ୧୧ଟାରେ ଅଲ୍‌ ଇଣ୍ଡିଆ ରେଡିଓ ଓ ଦୂରଦର୍ଶନରେ ପ୍ରସାରିତ ହୋଇଆସୁଛି।

Comments are closed.