ବିଶାକ୍ତ ଖାଦ୍ୟ ଖାଇ ୧୯ ଅସୁସ୍ଥ

0

ଝାରସୁଗୁଡ଼ା : ଝାରସୁଗୁଡ଼ା ବକ୍ସିଛକ ଠାରେ ଏକ ଘରୋଇ ମାର୍କେଟିଂ ସଂସ୍ଥାରେ ତାଲିମ ଗ୍ରହଣ କରୁଥିବା କେତେକେ ଛାତ୍ରୀ ରବିବାର ମେସର ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡିଛି।  ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କୁ ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କର ସ୍ୱାସ୍ଥାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲେ ହେଁ ସାଲାଇନ ଲଗାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରବିବାର ଅପରାହ୍ନରେ ମେସ୍ ରେ ପୂର୍ବରୁ ରନ୍ଧା ଯାଇଥିବା ଖାଦ୍ୟ ଖାଇବା ପରେ ସେମାନେ ଅସୁସ୍ଥ ହୋଇ ପଡ଼ିଥିଲେ । ବାନ୍ତି ହେବା ସହ ପେଟ ଦରଜ ହୋଇଥିବା କହିଛନ୍ତି । ସେମାନେ ଭାତ, ଡାଲି ଏବଂ ପରିବା ତରକାରୀ ଖାଇଥିଲେ । ଖାଦ୍ୟରେ ବିଷକ୍ରିୟା କାରଣରୁ ଏଭଳି ହୋଇଥିବା କୁହା ଯାଇଛି ।

Leave A Reply