ଝାରସୁଗୁଡା କୋଭିଡ଼ ହସ୍ପିଟାଲକୁ ନିରବଚ୍ଛିନ୍ନ ଅମ୍ଳଜାନ ଯୋଗଣ ଆରମ୍ଭ

ସାଂସଦ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଓ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଗତକାଲି ଝାରସୁଗୁଡା କୋଭିଡ଼ ହସ୍ପିଟାଲରେ ୨୦ଟି ଆଇସିୟୁ ବେଡ଼, ୪୦ ଗୋଟି ଅକ୍ସିଜେନ ବେଡ଼ ଓ ଅକ୍ସିଜେନ ବେଡ଼ଗୁଡିକୁ ପାଇପ ମାଧ୍ୟମରେ ନିରବଚ୍ଛିନ୍ନ ଅମ୍ଳଜାନ ଯୋଗଣ ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି। ଏହା ସହ କରୋନା ଯୁଦ୍ଧରେ ସାମିଲ ସଂଗଠନମାନଙ୍କୁ, କରୋନାକୁ ମୁକାବିଲା କରିବାରେ ସହାୟତା ପ୍ରଦାନ କରିଥୁବା

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତଥା ଘରୋଇ ଅନୁଷ୍ଠାନମାନଙ୍କୁ ସାଂସଦ ଶ୍ରୀ ପୂଜାରୀ କୃତଜ୍ଞତା ଜ୍ଞାପନ କରିଛନ୍ତି। ସମସ୍ତଙ୍କର ପ୍ରୟାସ ଫଳରେ ଝାରସୁଗୁଡା ଜିଲ୍ଲା ହଳଦିଆ ଜୋନରେ ପହଞ୍ଚାଇବା ପାଇଁ ସକ୍ଷମ ହୋଇଛି। ତତ୍ ସଂଗେ ସଂଗେ ସମ୍ଭାବ୍ୟ କରୋନା ମହାମାରୀର ତୃତୀୟ ଲହରକୁ ସାମ୍ନା କରିବା ପାଇଁ ସମଗ୍ର ପୂର୍ବ ପ୍ରସ୍ତୁତିକୁ ଆଗୁଆ ଚୁଡାନ୍ତ ରୂପ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି।

Comments are closed.