ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ବଳତ୍କାର ଅଭିଯୋଗ

0

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ଟାଉନ ଥାନା ଅଞ୍ଚଳରେ ଜିରୋନାଇଟ ସମୟରେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ବଳତ୍କାର ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି। ସମସ୍ତ ବ୍ୟକ୍ତି ନୂଆ ବର୍ଷକୁ ନେଇ ଖୁସି ମନାଇବା ପାଇଁ ନାଚଗୀତରେ ବ୍ୟସ୍ତ ଥିବା ବେଳେ ଦୁଇଜଣ ଯୁବକ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ବଳତ୍କାର କରିଥିବା ଅଭିଯୋଗ ହୋଇଛି । ଝାରସୁଗୁଡ଼ା ସଦର ହସ୍ପିଟାଲରେ ଉଭୟ ପିଡିତା ଓ ଅଭିଯୁକ୍ତଙ୍କର ଡାକ୍ତରୀ ମାଇନା କରାଯାଇଛି। ଏହି ଘଟଣାରେ ଜଣେ ନାବାଳକ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି।

Leave A Reply