ମାର୍ଚ୍ଚ ପ୍ରଥମ ସପ୍ତାହରୁ ଝାରସୁଗୁଡାରୁ ବିମାନ ଉଡାଣ ଆରମ୍ଭ

0

ଝାରସୁଗୁଡା : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆସନ୍ତା ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ କଲିକତାକୁ ବିମାନ ଉଡ଼ିବ ବୋଲି ଜଣାପଡିଛି। ଗତ ୯ତାରିଖରେ ସ୍ପାଇସ ଜେଟ ପକ୍ଷରୁ ୮ଜଣିଆ ଦଳ ଆସି ଏୟାରପୋର୍ଟ ପରିଦର୍ଶନ କରିବା ପରେ ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ାରୁ ୬ଗୋଟି ସହରକୁ ବିମାନ ଚଳାଚଳ କରିବା ସୂଚନା ଦେଇଥିଲେ। ତେବେ ମଙ୍ଗଳବାର ଦିନ ଏଲାଏନ୍ସ ଏୟାରର ୪ଜଣିଆ ପ୍ରତିନିଧି ଦଳ କଲିକତାରୁ ଆସି ଝାରସୁଗୁଡ଼ା ବିମାନ ବନ୍ଦର ରନୱେ ଓ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରିଥିଲେ । ଏହା ସହିତ ଏୟାରପୋର୍ଟ ଅଧିକାରୀଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରୁ ଝାରସୁଗୁଡ଼ାରୁ କଲିକତା ଏବଂ କଲିକତାରୁ ଝାରସୁଗୁଡ଼ାକୁ ବିମାନ ଉଡ଼ିବ ବୋଲି ଜଣାପଡିଛି। ଏହାସହ ଆଗାମୀ ୧୦ଦିନ ମଧ୍ୟରେ ଅନ୍ୟ ସହରକୁ ମଧ୍ୟ ବିମାନ ଉଡାଣ ଆରମ୍ଭ ହେବ ବୋଲି ଏଲାଏନ୍ସ ଏୟାରର ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply