ଝାରସୁଗୁଡାରୁ ନିୟମିତ୍ତ ଉଡାଣ ପାଇଁ ସ୍ପାଇସ ଜେଟ୍, ଇଣ୍ଡିଗୋ ଏବଂ ଇଣ୍ଡିଆନ ଏୟାର ଲାଇନସ୍ ସହ କଥାବାର୍ତ୍ତା ଚାଲିଛି : ଧର୍ମେନ୍ଦ୍ର ପ୍ରଧାନ

0

ଝାରସୁଗୁଡା : ଝାରସୁଗୁଡା ବିମାନ ବନ୍ଦରରୁ ଉଡାଣ ବନ୍ଦ ହେବା ପରେ ରାଜନୀତି ଜୋର ଧରିଛି । ଏଠାରୁ ନିୟମିତ୍ତ ଉଡାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ତେବେ ଏହି ପ୍ରସଙ୍ଗରେ ବୁଧବାର ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏୟାର ଓଡିଶା ଏକ ଖରାପ କମ୍ପାନୀ । ତାହାର ସମୀକ୍ଷା କରାଯିବ। ଆବଶ୍ୟକ ହେଲେ ଚୁକ୍ତି ମଧ୍ୟ ବାତିଲ କରାଯିବ । ଝାରସୁଗୁଡାରୁ ନିୟମିତ୍ତ ଉଡାଣ ପାଇଁ ଟେଣ୍ଡର କରାଯିବ। ଏଥି ନିମନ୍ତେ ସ୍ପାଇସ ଜେଟ୍, ଇଣ୍ଡିଗୋ ଏବଂ ଇଣ୍ଡିଆନ ଏୟାର ଲାଇନସ୍ ସହ କଥାବାର୍ତା ଚାଲିଛି । ଯଦି ବ୍ୟବସାୟିକ ସଫଳତା ମିଳେ ତେବେ ଏଠାରୁ ନିୟମିତ ଉଡାଣ ହେବ ।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡା ବିମାନବନ୍ଦରକୁ ଲୋକାର୍ପିତ କରିଥିଲେ ।  ବିମାନବନ୍ଦର ଉଦଘାଟନ ହେବା ପରେ ଏୟାର ଓଡିଶା ବିଭିନ୍ନ କାରଣ ଦର୍ଶାଇ ଗତ ୬ ତାରିଖରେ ଏଠାରୁ ଉଡାଣ ବନ୍ଦ କରିଦେଇଥିଲା ।

Leave A Reply