ଟ୍ରକ୍ ଧକ୍କାରେ ୨ ବାଇକ୍ ଆରୋହୀ ମୃତ

ଝାରସୁଗୁଡ଼ା : ଟ୍ରକ୍ ଧକ୍କାରେ ୨ ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ସାଗରପାଲି ଛକ ନିକଟରେ ଘଟିଛି । ମୃତକ ଦ୍ୱୟ ହେଲେ ରମିନ୍ ଡ଼େହେରି, ଲଖନ ମାହାତୋ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଯୁବକ ଦ୍ୱୟ ବାଇକ୍‌ରେ ଆସୁଥିବା ସମୟରେ ସାଗରପାଲି ଛକ ନିକଟରେ ଏକ ଟ୍ରକ ସହ ଧକ୍କା ହୋଇଥିଲା । ଏହାପରେ ସ୍ଥାନୀୟଲୋକେ ଉଦ୍ଧାର କରି ଯୁବକ ଦ୍ୱୟଙ୍କୁ ସ୍ଥାନୀୟ ଡାକ୍ତରଖାନା ନେଇଥିଲେ, ହେଲେ ଡାକ୍ତର ଯୁବକ ଦ୍ୱୟଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ଅଛିନ୍ତି ବୋଲି ସୂଚନା ମିଳିଛି ।

Comments are closed.