ତିନି ଦଫା ଦାବି ନେଇ ଅନଶନ

0

ଝାରସୁଗୁଡ଼ା: ଆଞ୍ଚଳିକ ସମନ୍ମୟ ସମିତି ପକ୍ଷରୁ ତିନି ଦଫା ଦାବି ନେଇ ଝାରସୁଗୁଡ଼ା ବଢ଼େଇମୁଣ୍ଡା ଛକଠାରେ ଦୁଇଦିନିଆଁ ରେଲେ ଅନଶନ ଆରମ୍ଭ ହୋଇଯାଇଛି । ତିନି ଦଫା ଦାବି ନେଇ ଅନୁଷ୍ଠିତ ହୋଇଥିବା ରିଲେ ଅନଶନ ପାଇଁ ପୂର୍ବରୁ ଆଞ୍ଚଳିକ ସମନ୍ମୟ ସମିତି ଅନେକ ଥର ଜିଲା ପ୍ରଶାସନର ଦୃଷ୍ଟି ଗୋଚର କରି ନିରାଶ ହେବାପରେ ଏହି ଅନଶନ କରିବାକୁ ବାଧ୍ୟ ହୋଇଥିବା ଜଣାଇଛି । ଆରଡ଼ି ରାସ୍ତାରେ ଭାରିଯାନ ଚଳାଚଳ କରି ବ୍ୟପକ ପ୍ରଦୂଷଣ ହେବା ସହିତ ଦୁର୍ଘଟଣାରେ ଅନେକ ପ୍ରାଣହାନୀ ହେଉଛି । ଝାରସୁଗୁଡ଼ା ବଢ଼େଇମୁଣ୍ଡା, ଦେବାଡ଼ିହୀ, ବାଲିଯୋରି ଆରଡ଼ି ରସ୍ତାରେ ଦୈନିକ ଶତାଧିକ ଭାରିଯାନ ଚଳାଚଳ କରୁଛି । ଫଳରେ ଏହି ରାସ୍ତାରେ ବ୍ୟାପକ ପ୍ରଦୂଷଣ ହେବା ସହିତ ବିପଦ ସଂଙ୍କୁଳ ଏହି ରାସ୍ତାରେ ମାତ୍ରାଧିକ ଯାନ ବାହାନ ଚଳାଚଳ ଯୋଗୁଁ ଅନେକ ଧନ ଜୀବନ ନଷ୍ଟ ହୋଇସାରିଛି । ଏହି ରିଲେ ଅନଶନରେ ଶ୍ରମିକ ନେତା ରତ୍ନାକର ପ୍ରଧାନ ଅଧ୍ୟକ୍ଷତା କରିଥିଲା ବେଳେ ସାସ୍ ର ସମ୍ପାଦକ ପ୍ରଭା ଓରାମ ସଂଯୋଜନା କରିଥିଲେ । ରିଲେ ଅନଶନକୁ ଝାରସୁଗୁଡ଼ାର ୧୨ଟି ସାମାଜିକ ଓ ଶ୍ରମିକ ସଂଘ ସମର୍ଥନ ଜଣାଇଛନ୍ତି ।

ଖବରଅନୁସାରେ ଏହି ରାସ୍ତାରେ ବିଗତ ଦିନରେ ୭ ରୁ ଅଧିକ ଦୁର୍ଘଟଣା ହୋଇ ସାରିଛି । ଗତ ୧୪/୬/୨୦୧୮ ତାରିଖରେ ଏହି ରାସ୍ତାରେ ଦୁଇଜଣ ଯୁବତୀଙ୍କ ସ୍କୁଟି ଉପରେ ଭାରିଯାନ ମାଡ଼ିଯିବାରୁ ଜଣେ ଯୁବତୀଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା । ଏହି ରାସ୍ତାକୁ ସଂଯୋଗ କରୁଥିବା ରାଜପଥରେ ଅନେକ ଶିକ୍ଷା ଅନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ ସମେତ ବୈଷୟୀକ ଅନୁଷ୍ଠାନ ଗୁଡ଼ିକ ରହିଛି । ଭାରିଯାନ ଚଳାଚଳ କରୁଥିବା ଏହି ରାସ୍ତାରେ ବଢ଼େଇମୁଣ୍ଡା, ଦେବାଡ଼ିହୀ, ବାଲିଯୋରି ସମେତ ବନ୍ଧରପଡ଼ା, ପୁର୍ଣ୍ଣା, ଛତ୍ରିଆକଣ୍ଟା, ଦଲକି, କୁମଡ଼ାପାଲ, ବଂଜାରୀ, କୁରେବଗା, ଗୁଡ଼ିଗାଁ, କୋଲଡ଼ା ଓ ଧୁତୁରା ଗ୍ରାମଦେଇ ଶତାଧିକ ଭାରିଯାନ ଚଲାଚଳ କରୁଛି । ଫଳରେ ଏହି ଗ୍ରାମବାସୀ ମାନେ ଘରୁବାହାରିବାକୁ ମଧ୍ୟ ଭୟଭୀତ ହେବା ସହିତ ଏମାନଙ୍କ ଜୀବନ ଦୁଃର୍ବିସହ ହୋଇପଡ଼ିଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ପୂର୍ବରୁ ଏହି ରାସ୍ତାରେ ଭାରିଯାନ ଚଳାଚଳ ବିରୁଦ୍ଧରେ ଆନ୍ଦୋଳନ ହୋଇ ସାରିଛି । ଗତ ୨୩ ଅକ୍ଟୋବରରେ ମଧ୍ୟ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । କିନ୍ତୁ ଏନେଇ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବା ଆଂଚଳିକ ସମନ୍ନୟ ସମିତି ଅଭିଯୋଗ କରିଛି । ଦୁଇଦିନ ଧରି ଚାଲିଥିବା ରିଲେ ଅନଶନରେ ଦାବି ପୂରଣ ନହେଲେ ଆଗାମୀ ଦିନରେ ଅନ୍ଦୋଳନ ବ୍ୟାପକ ହେବ ବୋଲି ଆଞ୍ଚଳିକ​‌ ସମନ୍ନୟ ସମିତ ଚେତାବନୀ ଦେଇଛନ୍ତି ।

Leave A Reply