ଶବବ୍ୟବଛେଦ ଗୃହରେ ମହିଳାଙ୍କୁ ଚିହ୍ନିଲେ ପରିବାର

0

ଝାରସୁଗୁଡା : ଗତ ୧୬ ତାରିଖ ଦିନ ବନହରପାଲି ଥାନା ଅନ୍ତର୍ଗତ ରମ୍ପେଲା ପଞ୍ଚାୟତର ଦଶରୁପାଲୀ ଗ୍ରାମ ନିକଟରେ ଥିବା ହୀରାକୁଦ ଜଳଭଣ୍ଡାରରୁ ଏକ ଅଜଣା ମହିଳାର ଶବ ଉଦ୍ଧାର କରିଥିଲା। ତେବେ ଶନିବାର ମହିଳା ଜଣକର ପରିଚୟ ମିଳିଛି ମହିଳା ଜଣକ ହେଲେ ଲଖନପୁର ପଞ୍ଚାୟତ ଅଧିନସ୍ଥ ରେମଣ୍ଡା ଗ୍ରାମପଞ୍ଚାୟତର ଅଏଁଳାଝରଣ ଗାଁର ସୁଭାଷିନୀ ପଧାନ ( ୪୫ )। ସୁଭାଷିନୀଙ୍କର ପରିବାର ଲୋକଙ୍କ କହିବା ଅନୁସାରେ ସେ ଗତ ୧୧ ତାରିଖ ରବିବାର ଝାରସୁଗୁଡା କକ୍ସ ସାଲୋନୀ ରେ ରହୁଥିବା ନିଜ ସାନ ଭଉଣୀ ଘରକୁ ଆସିଥିଲେ। ତେବେ ସେ ଆଉ ଜଣେ ସମ୍ପର୍କୀୟଙ୍କ ଘରକୁ ଝାରସୁଗୁଡା ସହରର ଏକତାଲି ଅଞ୍ଚଳକୁ ଯାଇଥିଲେ। ତେବେ ସେବେଠୁ ଆଉ ସୁଭାଷିନୀଙ୍କର କୌଣସି ପତା ମିଳି ନ ଥିଲା। ତେବେ ଏହି ସଂକ୍ରାନ୍ତରେ ସୁଭାଷିନୀଙ୍କର ଭଉଣୀ ଏବଂ ଭଉଣୀ ଜ୍ୱାଇଁ ବି ଟି ଏମ ଫାଣ୍ଡି ରେ ଏକ ନିଖୋଜ ରିପୋର୍ଟ ମଧ୍ୟ କରିଥିଲେ। ତେବେ ଆଜି ଝାରସୁଗୁଡା ସହରରେ ଥିବା ଶବ ବ୍ୟବଛେଦ ଗୃହରେ ମୃତ ସୁଭାଷିନୀଙ୍କର ଘର ଲୋକେ ଶାବଟିକୁ ଚିହ୍ନି ଥିଲେ। ତେବେ ଏହି ଘଟଣାରେ ଝାରସୁଗୁଡା ଏବଂ ବନହରପାଲି ପୋଲିସ ଯାଞ୍ଚ ପ୍ରକ୍ରିୟା କୁ ଜୋରଦାର କରି ଜଣେ ମହିଳାଙ୍କୁ ଏହି ହତ୍ୟା ସଂକ୍ରାନ୍ତରେ ଅଟକ ରଖି ଯାଞ୍ଚ ଆରମ୍ଭ କରିଛି।

ସୂଚାନଯୋଗ୍ୟ ମୃତ ସୁଭାଷିନୀ ର ଶବକୁ ହଟିଆପରେ ହାତ ଏବଂ ଗୋଡ କୁ ବନ୍ଧାଯାଇ ଗୋଟିଏ କମ୍ବଳ ରେ ଗୋଡ଼ାଇ ଅଖାବହିତରେ ଭର୍ତି କରି ହୀରାକୁଦ ଜଳଭଣ୍ଡାର ଭିତରେ ଫିଙ୍ଗ ଯାଇଥିବା ପୋଲିସ ସନ୍ଦେହ କରୁଛି ବୋଲି ବନହରପାଲି ଥାନା ଅଧିକାରୀ ପୁରୁଷୋତ୍ତମ ଭୋଇ କହିଛନ୍ତି। ତେବେ ପୋଲିସ ପଞ୍ଚନାମା କରିଲାବେଳେ ମୁଣ୍ଡରେ ଆଘାତ ଥିବାର ଦେଖିବାକୁ ପାଇଛି। ବର୍ତମାନ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଯାଞ୍ଚ କରୁଥିବା ବେଳେ ବ୍ୟବଛେଦ ରିପୋର୍ଟ ପରେ ଦଫା ଗୁଡିକ ବଦଳାଯିବ।

Leave A Reply