ଏୟାର ବସ୍ ଅପେକ୍ଷାରେ ଝାରସୁଗୁଡ଼ା ବିମାନବନ୍ଦର

0

ଝାରସୁଗୁଡ଼ା: ଝାରସୁଗୁଡ଼ା ବିମାନବନ୍ଦରକୁ ୪ସି ବର୍ଗର ଲାଇସେନ୍ସ ମିଳିଛି। ମଙ୍ଗଳବାର ଦିନ ଡିଜିସିଏ ତରଫରୁ ଏହି ଲାଇସେନ୍ସ ଝାରସୁଗଡ଼ା ବିମାନବନ୍ଦରକୁ ମିଳିଛି। ଏୟାର ବସ ୩୨୦ ଚଳାଚଳ ପାଇଁ ଏହି ଲାଇସେନ୍ସ ଆବଶ୍ୟକ ଥିବା ବେଳେ ମଙ୍ଗଳବାର ଏହା ହସ୍ତଗତ ହୋଇଛି ବୋଲି ବିମାନବନ୍ଦର ନିର୍ଦେଶକ ଏସ. କେ. ଚୌହାନ କହିଛନ୍ତି। ଦୁଇ ମାସ ପୂର୍ବରୁ ଝାରସଗୁଡା ବିମାନବନ୍ଦରକୁ ୨ ବି ବର୍ଗର ଲାଇସେନ୍ସ ମିଳିଥିବା ବେଳେ ଆଜି ୪ ସି ଲାଇସେନ୍ସ ମିଳିଛି। ଖୁବ୍ ଶୀଘ୍ର ବିମାନ ସେବା ଆରମ୍ଭ ହେବ ବୋଲି ଆଶା କରାଯାଉଛି।

Leave A Reply