ଯୌନ ଶୋଷଣ ଅଭିଯୋଗ: ଝାରସୁଗୁଡାରେ ବିଦେଶୀ ନାଗରିକ ଗିରଫ

ଝାରସୁଗୁଡା : ଝାରସୁଗୁଡାରେ ବିଦେଶୀ ସାମାଜିକ ସେବା ସଂସ୍ଥା ଚଳାଉ ଥିବା  ଫେଥ୍ଆଉଟରିଚ ସଂସ୍ଥାର ପ୍ରତିଷ୍ଠାତା ଜନ. ପି. ବ୍ରିଜଙ୍କୁ ଗିରଫ କରିଛି ପୁଲିସ । ଜଣେ ନାବାଳକକୁ ଯୌନ ଶୋଷଣ କରାଯାଇଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି ।

ଗତ ୧୪ ତାରିଖ ଦିନ ନାବାଳକର ପରିବାର ଝାରସୁଗୁଡ଼ା ଥାନାରେ ଜନ. ପି. ବ୍ରିଜଙ୍କ ନାମରେ ଏ ସମ୍ପର୍କରେ ଏତଲା ଦେଇଥିଲେ । ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ନାବାଳକ ଯୌନ ଉତ୍ପୀଡନ  ନିରୋଧ ଆଇନର  ୧୦ ପୋକସୋ, ୩୪୧ ଆଇପିସି ଓ ଆଦିବାସୀ ଉତ୍ପୀଡନ ନିରୋଧ ଆଇନର ୩ ଧାରାରେ ମାମଲା ରୁଜୁ କରି  କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବା ପରେ ତାକୁ ଝାରସୁଗୁଡ଼ା ଜେଲର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଗିରଫ ଜନ ବ୍ରିଜ ଇଂଲଣ୍ଡର ମୂଳ ବାସିନ୍ଦା । ମାତ୍ର ୧୯୯୨ରେ ସେ  ଭାରତୀୟ ନାଗରିକତା ହାସଲ କରିଛନ୍ତି।  ସେ ଝାରସୁଗୁଡ଼ାର କକ୍ସ୍ କଲୋନୀରେ ଏକ ସ୍କୁଲ, ଫେଥ ଆଉଟ ରିଚ ଆଦି ନିଜର ସଂସ୍ଥା  ଚଳାଉଛନ୍ତି ।

Comments are closed.