ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟରେ କରୋନା ସଂକ୍ରମିତ ଚିହ୍ନଟ ପରେ ମେଡ଼ିସିନ ବିଭାଗ ଏବଂ ଓପିଡ଼ି ବନ୍ଦ

ଝାରସୁଗୁଡା : ଆଜି ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନା ମେଡିସିନ ବିଭାଗରେ ଭର୍ତ୍ତି ହୋଇ ଥିବା ରୋଗୀଙ୍କ ଠାରେ କୋରୋନା ଭୁତାଣୁ ଠାବ କରାଯାଇଛି । ଜିଲା ମୁଖ୍ୟ ଚିକିତ୍ସାଳୟରେ କରୋନା ଚିହ୍ନଟ ପରେ ମେଡ଼ିସିନ ବିଭାଗ ଏବଂ ଓପିଡ଼ି ବନ୍ଦ କରାଯାଇଛି। ସୂଚନା ମତେ ଝାରସୁଗୁଡ଼ା ବେହେରାମାଲ ଅଞ୍ଚଳରେ ରହୁଥିବା ୫୪ ବର୍ଷୀୟ ବ୍ୟକ୍ତିଙ୍କ  ଜଣକ ଥଣ୍ଡା ଜ୍ୱର ରେ ପୀଡିତ ଥିଲେ। ଯାହା ଫଳରେ ଗତ ୨୩ ତାରିଖ ତାଙ୍କର ସ୍ୱାବ ପରୀକ୍ଷା ପାଇଁ ଯାଇଥିଲା। କିନ୍ତୁ ବ୍ୟକ୍ତି ଜଣଙ୍କ କରୋନା ଟେଷ୍ଟ ପାଇଁ ତାଙ୍କ ସ୍ବାବ ଯାଇଥିବା ନଜଣାଇ ରିପୋର୍ଟ ଆସିବା ପୂର୍ବରୁ  ଅନ୍ୟ ରୋଗ ପାଇଁ ଜିଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ଅପରାହ୍ନରେ ରିପୋର୍ଟ ପଜିଟିଭ ଆସିବା ପରେ ସଂକ୍ରମଣ କଥା ଜଣା ପଡ଼ିଥିଲା। ବ୍ୟକ୍ତି ଜଣଙ୍କ ମେଡିକାଲରେ ଚିକିତ୍ସାଧିନ ରହିଥିବା ବେଳେ ତାଙ୍କ ସମ୍ପର୍କୀୟ ମାନେ ଡାକ୍ତରଖାନା ବାହାରେ ବୁଲିଥିବା ଜଣାପଡିଥିଲା।

ସୂଚନା ପାଇବା ପରେ କୋଭିଡ଼ ମାଜିଷ୍ଟ୍ରେଟ ଜିଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ସିଡିଏମଓ ଜଣାଇଥିବାରୁ ବର୍ତ୍ତମାନ ଉକ୍ତ ଆକ୍ରାନ୍ତ ବ୍ୟକ୍ତିଙ୍କୁ କୋଭିଡ଼ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଏନେଇ କୋଭିଡ଼ ମାଜିଷ୍ଟ୍ରେଟ ଗୋଲକ ବିହାରୀ ମଙ୍ଗରାଜ ସୂଚନା ଦେଇଛନ୍ତି ।  ବ୍ୟକ୍ତି ଜଣଙ୍କ ମେଡିକାଲରେ ଚିିକିତ୍ସା ହୋଇଥିବା ସହ ତାଙ୍କ ସଂସ୍ପର୍ଶରେ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀ ଆସିଥିଲେ। ଏଥି ସହିତ ସେହି ବ୍ୟକ୍ତିଙ୍କ ସମ୍ପର୍କୀୟ ମାନେ ଡାକ୍ତରଖାନାରେ ବୁଲାବୁଲି କରିଛନ୍ତି। ଏଣୁ ଡାକ୍ତରଖାନାର ମେସିସିନ ୱାର୍ଡ ଏବଂ ଓପିଡି କୁ ବନ୍ଦ କରିଦିଆଯାଇଛି । ତିନି ଜଣ ଡାକ୍ତର ଚାରି ଜଣ ନର୍ସ ସମେତ ମୋଟ ଆଠ ଜଣ ସଂକ୍ରମିତଙ୍କ ସହ ସିଧାସଳଖ ସମ୍ପର୍କରେ ଆସିଥିଲେ । ସମସ୍ତଙ୍କୁ ସଙ୍ଗରୋଧରେ ଯିବା ପାଇଁ କୁହାଯାଇଛି । ସେହିପରି ସଂକ୍ରମିତ ଜଣକ ଜିଲା ମୁଖ୍ୟଚିକିତ୍ସାଳୟକୁ ଆସିବା ପୂର୍ବରୁ ଏକ ଘରୋଇ ଡାକ୍ତରଖାନାରେ ମଧ୍ୟ ଚିକିତ୍ସିତ ହେଉଥିଲେ । ଏଣୁ ସେହି ଘରୋଇ ଡାକ୍ତରଖାନା କୁ ମଧ୍ୟ ବନ୍ଦ କରିବା କୁ କୁହାଯାଇଛି ।

Comments are closed.