କୋଭିଡ କଟକଣା ଉଲ୍ଲଙ୍ଘନ, ଝାରସୁଗୁଡାର ୩ ନର୍ସିଂହୋମ ସିଲ୍

ଝାରସୁଗୁଡା : କୋଭିଡ କଟକଣା ସମେତ ମାର୍ଗଦର୍ଶିକା ପାଳନ  କରୁନଥିବା ଅଭିଯୋଗରେ ଝାରସୁଗୁଡ଼ା ର ୩ ଟି (ଘରୋଇ ଡାକ୍ତରଖାନା) ନର୍ସିଂହୋମ କୁ ପ୍ରଶାସନ ତରଫରୁ ସିଲ କରିଦିଆଯାଇଛି । ଝାରସୁଗୁଡ଼ା ମଙ୍ଗଳବାର ବଜାର ରୋଡ଼ ରେ ଥିବା ପ୍ରଭାତ ଜୈନ କ୍ଲିନିକ , ଅଗ୍ରୱାଲ ନର୍ସିଂ ହୋମ ଓ ବେହେରାମାଲ ଲକ୍ଷ୍ୟ କ୍ଲିନିକକୁ ସିଲ୍ କରାଯାଇଥିବା ଜଣାପଡିଛି। ଏନେଇ କୋଭିଡ ମାଜିଷ୍ଟ୍ରେଟ ଗୋଲକ ବିହାରୀ ମଙ୍ଗରାଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ସମସ୍ତ ନର୍ସିଂହୋମ ସରକାର ଘରୋଇ ହସ୍ପିଟାଲ ପାଇଁ ଜାରି କରିଥିବା କରୋନା ଗାଇଡଲାଇନ ପାଳନ କରୁଥିବା ଅଭିଯୋଗ ହୋଇଥିଲା। ଏହାପରେ ଜିଲାର ପ୍ରଶାସନ ପକ୍ଷରୁ ଚଢଉ କରାଯାଇଥିଲା।

Comments are closed.