ପୁଅର ମୃତ୍ୟୁରେ ଭାଙ୍ଗିପଡ଼ିଲା ପରିବାର ; ୫ଜଣଙ୍କ ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡା : ଝାରସୁଗୁଡା ଜିଲା ବିଟିଏମ ଫାଣ୍ଡି ଅନ୍ତର୍ଗତ ଲହଣ୍ଡାବୁଡ଼ ଠାରେ ମଙ୍ଗଳବାର ଅଭାବନୀୟ ଘଟଣା ଘଟିଛି। ପରିବାରର ଜଣେ ପୁଅ ଦୁର୍ଘଟଣାରେ ଶିକାର ହେବା ପରେ ଗତକାଲି ତାଙ୍କର ଚିକିତ୍ସାଧୀନ ସମୟରେ ମୃତ୍ୟୁ ଘଟିଛି। ଏଥିରେ ଭାଙ୍ଗିପଡି ପରିବାରର ପାଞ୍ଚ ଜଣ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ୨୦୧୮ ମସିହାରେ ଉକ୍ତ ପରିବାରର ପୁଅ ଦୀପକ ବିଶ୍ୱାଳ ଦୁର୍ଘଟଣାର ଶିକାର ହୋଇଥିଲେ।  ଗତକାଲି ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଫଳରେ ପରିବାର ବର୍ଗ ଏଥିରେ ମ୍ରିୟମାଣ ହୋଇ ଫିନାଇଲ ପିଇ  ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଦୀପକ ବିଶ୍ୱାଳଙ୍କର ମୃତ୍ୟୁ ପରେ ମାଆ , ଭାଇ ଏବଂ ତିନି ଭଉଣୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ୪ ଜଣଙ୍କର ଚିକିତ୍ସା ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଚାଲିଥିବା ବେଳେ ଜଣେ ଭଉଣୀଙ୍କର ଅବସ୍ଥା ଗୁରୁତର ହେବାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି।

ଏହି ଆତ୍ମହତ୍ୟାର ନିଷ୍ପତି ଆମର। ଭାଇଙ୍କୁ ହରାଇବା ପରେ ଏଭଳି ଚରମ ନିଷ୍ପତି ନେଲୁ ବୋଲି ଦୀପକଙ୍କର ଭଉଣୀ କହିଛନ୍ତି।

Comments are closed.