ବନ କର୍ମଚାରୀଙ୍କ ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ

0

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଲଖନପୁର ଥାନା ଅଧିନରେ ଥିବା ଟାଙ୍ଗରପାଲି ଗ୍ରାମରେ ଦୁର୍ବୃତ୍ତ ମାନେ ଜଣେ ମହିଳା ବନରଖିଙ୍କ ଗାଡି ପୋଡିଥିବା ଜଣାପଡିଛି। ମହିଳା ବନରଖିଙ୍କ ନାମ ସାରଥି କାଲୋ। ସୁଚନା ଅନୁସାରେ କର୍ମଚାରୀ ଜଣକ ଦେହ ଖରାପ ଥିବାରୁ ଛୁଟିରେ ନିଜ ଗ୍ରାମକୁ ଜାଇଥିଲେ । ତେବେ ମଙ୍ଗଳବାର ସକାଳେ  ଟାଙ୍ଗରପାଲୀ ଠାରେ ଥିବା ତାଙ୍କର ସରକାରୀ ଆବାସରୁ ଧୂଆଂ ବାହାରିବାର ଗ୍ରାମର ଲୋକେ ଦେଖି ସଙ୍ଗେସଙ୍ଗେ ସାରଥି କାଲୋଙ୍କୁ ଖବର ଦେଇଥିଲେ। ତେବେ ସାରଥି ଅାସି ଦେଖିବାରୁ ଜଣା ପଡ଼ିଥିଲା କେହି ଦୁର୍ବୃତ୍ତ ତାଙ୍କର ଗାଡି(ସ୍କୁଟି)କୁ ପୋଡ଼ି ଦେଇଛି । ଏନେଇ ଲଖନପୁର ଥାନାରେ ବନ କର୍ମଚାରୀ ଜଣକ ଏତଲା ଦେଲା ପାରେ ଲଖନପୁର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା  ଥାନା ଆଧିକାରୀ ବୈକୁଣ୍ଠ ବିହାରି ସେଠ କହିଛନ୍ତି ।

Leave A Reply