ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଅପହରଣ ଅଭିଯୋଗ

ଝାରସୁଗୁଡା : ଝାରସୁଗୁଡା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ନିଜ ସରକାରୀ ବାସଭବନରୁ ଅପହରଣକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଉଠାଇ ନେଇଥିଲେ। ଏନେଇ ଝାରସୁଗୁଡା ଥାନାରେ ଏକ ମାମଲା ରୁଜୁ ହୋଇଛି। ଆଜି ସକାଳୁ କେସିଙ୍ଗା ଅଂଚଳରେ ନିର୍ବାହୀ ଯନ୍ତ୍ରୀଙ୍କୁ ଠାବ କରାଯାଇଥିବା ଜଣାପଡ଼ିଥିବାବେଳେ ଅପହରଣର କାରଣ ଅସ୍ପଷ୍ଟ ରହିଛି। ପୁଲିସର ଛାନଭିନ ଜାରି ରହିଛି।

Comments are closed.