ଇବ ନଦୀରେ ବୁଡ଼ି କାକା ପୁତୁରା ନିଖୋଜ 

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଇବା ସମୟରେ ଇବ ନଦୀରେ ଭାସି ଯାଇ ୨ ଜଣ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଦୁଇ ଜଣ ସମ୍ପର୍କରେ କାକା ଓ ପୁତୁରା ହୋଇଥିବା ବେଳେ ସେମାନେ ବ୍ରଜରାଜନଗର ଲିମିଟିବାହାଲର ବୋଲି ଜଣାପଡ଼ିଛି। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି ଜାରି ରଖିଛି। ମାତ୍ର ଏଯାବତ ଉଭୟଙ୍କ କୌଣସି ସନ୍ଧାନ ମିଳିନଥିବା ସୂଚନା ମିଳିଛି।

Comments are closed.