ଝାରପଡ଼ା ଜେଲ୍‌ରେ ଅତର୍କିତ ଯାଞ୍ଚ, ଗ୍ୟାଙ୍ଗଷ୍ଟାର ଟିଟୋ ଓ ରାଜାଙ୍କୁ କଡ଼ା ଚେତାବନୀ

ଝାରପଡ଼ା ଜେଲ୍‌ରେ ଅତର୍କିତ ଯାଞ୍ଚ, ଗ୍ୟାଙ୍ଗଷ୍ଟାର ଟିଟୋ ଓ ରାଜାଙ୍କୁ କଡ଼ା ଚେତାବନୀ
ଭୁବନେଶ୍ବର: କୁଖ୍ୟାତ ଅପରାଧୀ ସେକ୍‌ ହାଇଦର ଚମ୍ପଟ ମାରିବା ପରେ ଜେଲ୍‌ ବିଭାଗର ତତ୍ପରତା ପ୍ରକାଶ ପାଇଛି। ଆଜି ସରକାରଙ୍କ ପକ୍ଷରୁ ୧୬ଟି ସମ୍ବେଦନଶୀଳ ଜେଲ୍‌ ଉପରେ ନଜର ପାଇଁ ଏସ୍‌ପିମାନଙ୍କୁ ନିର୍ଦେଶ ଦିଆଯାଇଛି। ଆଜି ଝାରପଡ଼ାସ୍ଥିତ ଭୁବନେଶ୍ବର ସ୍ବତନ୍ତ୍ର କାରାଗାରରେ ଅତର୍କିତ ଯାଞ୍ଚ କରାଯାଇଛି। ଏହି ଅବସରରେ ଝାରପଡ଼ା ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟାର ଟିଟୋ ଏବଂ ରାଜାଙ୍କୁ ବିଭାଗୀ ଆଇଜି ଏବଂ ଡିଆଇଜି କଡ଼ା ଚେତାବନୀ ଦେଇଥିବା ନେଇ ସୂଚନା ମିଳିଛି।

 

ଆଜି ବିଭାଗୀୟ ଆଇଜି ଏବଂ ଡିଆଇଜି ଝାରପଡ଼ା ଜେଲ ତଥା ଭୁବନେଶ୍ବର ସ୍ବତନ୍ତ୍ର କାରାଗାରକୁ ଅଚାନକ ଗସ୍ତରେ ଯାଇଥିଲେ। ସେଠାରେ କଏଦୀଙ୍କ ରୁମ୍‌ ଯାଞ୍ଚ କରିବା ସହିତ ସୁରକ୍ଷା ବ୍ୟବସ୍ଥା ପରଖିଥିବା ଜଣାପଡ଼ିଛି।

Comments are closed.