ଝାଡ଼ଖଣ୍ଡରେ ପ୍ରଥମ କରୋନା ରୋଗୀ ଚିହ୍ନଟ

ରାଞ୍ଚି : ସାରା ଭାରତରେ ଝାଡ଼ଖଣ୍ଡ ଏଭଳି ଏକ ରାଜ୍ୟ ଯାହା ଏଯାବତ୍ କରୋନା ଭୂତାଣୁରୁ ସୁରକ୍ଷିତ ବୋଲି କୁହାଯାଉଥିଲା। କିନ୍ତୁ ମଙ୍ଗଳବାର ସନ୍ଧ୍ୟାରେ ଏଠାରେ ମଧ୍ୟ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କରୋନା ପଜିଟିଭ ଜଣଙ୍କ ଜଣେ ମହିଳା ହୋଇଥିବା ସୂଚନା ମିଳିଛି। ଏନେଇ ନିଶ୍ଚିତ ହେବା ପରେ ସମଗ୍ର ଝାଡଖଣ୍ଡରେ ଭୟର ବାତାବରଣ ସୃଷ୍ଟି ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିତିନ ମଦନ କୁଲକର୍ଣ୍ଣି ରାଜଧାନୀ ରାଞ୍ଚିର ହିନ୍ଦପିଡି ଅଞ୍ଚଳର ଏକ ମସଜିଦରୁ ଧରାଯାଇଥିବା ମାଲେସିଆର ଜଣେ ମୁସଲମାନ ମହିଳାଙ୍କଠାରେ କରୋନା ଭୂତାଣୁ ପଜିଟିଭ ଆସିଥିବା କହିଛନ୍ତି।

Comments are closed.