ଗଣବଳାତ୍କାର ପରେ ନାବାଳିକାକୁ ପୋଡି ମାରିଦେଲେ

0

ରାଞ୍ଚି : ଝାଡଖଣ୍ଡ ଛତ୍ରା ଜିଲାର ରାଜକେନ୍ଦୁଆ ଗ୍ରାମରେ ଜଣେ ୧୬ବର୍ଷର ନାବାଳିକାକୁ ୪ଜଣ ଯୁବକ ଗଣବଳାତ୍କାର କରିବା ପରେ ପୋଡି ମାରିଦେଇଥିବା ଅଭିଯୋଗ ହୋଇଛି। ନାବାଳିକାର ପରିବାର ସଦସ୍ୟମାନେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିବାବେଳେ ଦୃର୍ବୃତ୍ତମାନେ ତାକୁ ଅପହରଣ କରିଆଣିଥିଲେ। ପରେ ନାବାଳିକାକୁ ବଳାତ୍କାର ପୂର୍ବକ ହତ୍ୟା କରିଥିଲେ। ମାମଲାକୁ ଏବେ ଗାଁ ପଞ୍ଚାୟତରେ ରଫାଦଫା କରିଦେବାକୁ ଉଦ୍ୟମ ହୋଇଛି। ପୀଡିତାଙ୍କ ପରିବାରକୁ ୫୦ହଜାର ଟଙ୍କା ଦେବା ଲାଗି ଗାଁ ପଞ୍ଚାୟତ ଅଭିଯୁକ୍ତ ଯୁବକଙ୍କୁ ନିର୍ଦେଶ ଦେଇଛି। ତେବେ ପୀଡିତାଙ୍କ ପରିବାର ସଦସ୍ୟ ସ୍ଥାନୀୟ ଥାନାରେ ମାମଲା ରୁଜୁ କରିଛନ୍ତି। ଅଭିଯୁକ୍ତମାନେ ଫେରାର ଥିବାବେଳେ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ ଚଳାଇଛି।

Leave A Reply