କଂଗ୍ରେସରେ ମିଶିଲେ ଝାଡ଼ଖଣ୍ଡ ଜେଡିୟୁ ଅଧ୍ୟକ୍ଷ ଜଳେଶ୍ୱର ମାହାତୋ

0

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ତଥା ସଂଯୁକ୍ତ ଜନତା ଦଳ (ଜେଡିୟୁ) ଅଧ୍ୟକ୍ଷ ନୀତୀଶ କୁମାରଙ୍କୁ ଲୋକସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ଝଟକା ଲାଗିଛି। ଝାଡ଼ଖଣ୍ଡ ଜେଡିୟୁ ଅଧ୍ୟକ୍ଷ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଜଳେଶ୍ୱର ମାହାତୋ ଦଳ ତ୍ୟାଗ କରି ଶନିବାର କଂଗ୍ରେସରେ ଯୋଗଦେଇଛନ୍ତି। କଂଗ୍ରେସରେ ମିଶିବା ପରେ ତାଙ୍କୁ ନୂଆଦିଲ୍ଲୀଠାରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ମାହାତୋଙ୍କ ଯୋଗଦାନ କଂଗ୍ରେସକୁ ମଜଭୁତ କରିବ ବୋଲି ରାହୁଲ କହିଛନ୍ତି। କଂଗ୍ରେସ ନେତା ନିର୍ମଳ ସିଂହଙ୍କ ପ୍ରରୋଚନାରେ ମାହାତୋ କଂଗ୍ରେସରେ ଯୋଗଦେଇଛନ୍ତି ବୋଲି ଶୁଣିବାକୁ ମିଳୁଛି। ମାହାତୋ ୨୦୦ରୁ ୨୦୦୯ ପର୍ଯ୍ୟନ୍ତ ଧନବାଦ ଜିଲାର ବାଧମାରା ବିଧାନସଭା ଆସନରୁ ଜେଡିୟୁର ବିଧାୟକ ଥିଲେ। ସେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଅତିଘନିଷ୍ଠ ଥିଲେ।

Leave A Reply