ଏକାଦଶ ଶ୍ରେଣୀରେ ନାମ ଲେଖାଇଲେ ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀ ଜଗନ୍ନାଥ ମହତୋ

ରାଞ୍ଚି: ଝାଡ଼ଖଣ୍ଡ ଶିକ୍ଷା ତଥା ମାନବ ସମ୍ବଳ ମନ୍ତ୍ରୀ ଜଗନ୍ନାଥ ମହତୋ ଏକାଦଶ ଶ୍ରେଣୀରେ ନାମ ଲେଖାଇଛନ୍ତି । ଖୁବ୍ ପରିଶ୍ରମ କରି ପାଠ ପଢ଼ିବେ ବୋଲି କହିଛନ୍ତି । ସ୍ବୟଂ ଜଗନ୍ନାଥ ଏ କଥା ସ୍ବୀକାର କରିଛନ୍ତି । ସେ କହିଛନ୍ତି ଯେ ମୋତେ ମନ୍ତ୍ରୀ କରାଯିବା ଓ ମୋର ଦକ୍ଷତା ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି । ମୁଁ ୧୦ମ ଶ୍ରେଣୀ ଯାଏ ପାଠ ପଢ଼ିଛି ତେଣୁ ମୋତେ ମାନବ ସମ୍ବଳ ମନ୍ତ୍ରୀ କରାଯିବାକୁ ନେଇ ଅନେକ ପ୍ରଶ୍ନ କରୁଛନ୍ତି । ସେଥିପାଇଁ ମୁଁ ଏକାଦଶ ଶ୍ରେଣୀରେ ନାମ ଲେଖାଇଛି ବୋଲି ଶ୍ରୀ ମହତୋ କହିଛନ୍ତି ।

ସେ କହିଛନ୍ତି ଯେ ଦେଶର ସମ୍ବିଧାନରେ ପଢ଼ିବା ଉପରେ କୌଣସି ବ୍ୟକ୍ତିର କ୍ଷମତା ବା ମାପଦଣ୍ଡ ନିର୍ଧାରିତ ହୋଇନାହିଁ । ଦେଶକୁ ସୁଚାରୁ ରୂପେ ଚଳାଇବା ପାଇଁ ଶିକ୍ଷିତ ହେବାର ଆବଶ୍ୟକତା ରହିଛି ବୋଲି ଜଗନ୍ନାଥ କହିଛନ୍ତି ।  ସୂଚନାଯୋଗ୍ୟ ଯେ ଦେଶର ୨୩% ସାଂସଦ ଏମିତି ଅଛନ୍ତି ଯେଉଁମାନଙ୍କ ମଧ୍ୟରୁ ଅନେକ ପାଠ ପଢ଼ିନାହାନ୍ତି କିମ୍ବା ଦ୍ବାଦଶ ଶ୍ରେଣୀ ଯାଏ ପାଠ ପଢ଼ିଛନ୍ତି । ଏହି ପରିପ୍ରେକ୍ଷୀରେ ହରିଆଣାରେ ପଞ୍ଚାୟତ ଓ ଜିଲା ପରିଷଦ ନିର୍ବାଚନ ନିମନ୍ତେ ଶିକ୍ଷାଗତ ଯୋଗ୍ୟତା ଅନ୍ୟୂନ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି ।

Comments are closed.