ଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ କରୋନା

ରାଞ୍ଚି : ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ କରୋନା ସଂକ୍ରମିତ ହୋଇଛନ୍ତି। ରାଜ୍ୟପାଳ କରୋନା ସଂକ୍ରମଣ ହେବା ସମ୍ପର୍କରେ ରାଜଭବନରେ ଜଣେ ଡାକ୍ତର ସୂଚନା ଦେଇଛନ୍ତି। ଡାକ୍ତର କହିଛନ୍ତି ଯେ ଶନିବାର ରାଜ୍ୟପାଳଙ୍କ ‘ଆର୍‌ଟି-ପିସିଆର୍‌’ ପରୀକ୍ଷା ବେଳେ ନମୁନା ପଜିଟିଭ୍‌ ଆସିଥିଲା। ତାଙ୍କୁ ଏବେ ରାଞ୍ଚିର ‘ଭଗବାନ ମହାବୀର ସୁପର୍‌ସ୍ପେସାଲିଟି ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଛି। ଡାକ୍ତର ବିଜୟ ମିଶ୍ରଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି। ତେବେ ରାଜ୍ୟପାଳଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ଏବଂ ତାଙ୍କ ଶରୀରରେ ସାମାନ୍ୟ କୋଭିଡ୍‌-୧୯ର ସଂକ୍ରମଣ ହୋଇଛି। ଦୁଇଦିନ ପାଇଁ ତାଙ୍କୁ ଡାକ୍ତରୀ ତତ୍ତ୍ୱାବଧାନରେ ରଖାଯିବ ବୋଲି ଜଣେ ଚିକିତ୍ସାକାରୀ ଡାକ୍ତର କହିଛନ୍ତି।

Comments are closed.