ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ, ହସ୍ପିଟାଲରେ ଭର୍ତ୍ତି

ରାଞ୍ଚି : ଝାଡ଼ଖଣ୍ଡର ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ର ମୁଖ୍ୟ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ଜଣାପଡିଛି। ସେ ରାଞ୍ଚିର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟସଭା ସଦସ୍ୟ ଶିବୁ ସୋରେନ୍ ଏବଂ ତାଙ୍କ ପତ୍ନୀ ରୁପି ସୋରେନ୍ ଦୁଇ ଦିନ ପୂର୍ବରୁ କରୋନା ପଜିଟିଭ୍ ବୋଲି ଜଣାପଡିଥିଲେ। ସେବେଠାରୁ ଉଭୟଙ୍କୁ କ୍ବାରେନଣ୍ଟାଇନରେ ରଖାଯାଇଥିଲା।

Comments are closed.